fbpx

ବିଜେଡି ପକ୍ଷରୁ ୨ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ: ଜାଣନ୍ତୁ କାହାକୁ ଦାୟିତ୍ୱ ଦେଲେ BJD ସୁପ୍ରିମୋ

ଭୁବନେଶ୍ବର: ବିଜେଡି ପକ୍ଷରୁ ୨ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ଦଳ ପକ୍ଷରୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି। ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଦାୟିତ୍ବ ଦିଆଯାଇଥିବା ବେଳେ ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲାର ଦାୟିତ୍ବ ଦିଆଯାଇଛି।

ଏହି ଦୁଇ ନେତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଦୁଇ ନେତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଓ ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି।

ତେବେ ଦୀର୍ଘିଦିନ ପରେ ସଞ୍ଜୟ ଦାସ ବର୍ମାଙ୍କୁ ସାଙ୍ଗଠନିକ ଦାୟିତ୍ୱ ମିଳିଛି । ପୂର୍ବରୁ ସେ ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ହେଲେ ଏବେ ପୁଣି ସେ ସାଙ୍ଗଠନିକ କାର୍ଯ୍ୟକୁ ଫେରିଛନ୍ତି । ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ହେବା ପେର ସଞ୍ଜୟ ଦାସବର୍ମା କହିଛନ୍ତି ମୁଖ୍ୟମନ୍ତ୍ରୀ ମତେ ଯେଉଁ ସମୟରେ ଯାହା ଦାୟିତ୍ୱ ଦେଇଛନ୍ତି ତାହା ମୁଁ ନିଷ୍ଠାର ସହ ନିର୍ବାହ କରିଛି ।

Get real time updates directly on you device, subscribe now.