fbpx

(Video) ଧୋକା ଦେଲା ବିଜେଡି… ସାଥ୍ ଦେବ ତ ବିଜେପି? ରାଜନୀତିରେ ଏକା ରହିଗଲେ ଅରିନ୍ଦମ!

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ଭରି ରହିଛି ଟ୍ୱିଷ୍ଟ ପରେ ଟ୍ୱିଷ୍ଟ । କିନ୍ତୁ ସବୁଠୁ ବଡ଼ ଟ୍ୱିଷ୍ଟ ଦେଇଛି ଓଡ଼ିଶା ପଲିଟିକ୍ସ । ରାଜ୍ୟରେ ବିଜେଡି-ବିଜେପି ଲଢେଇକୁ ନେଇ ରାଜନୀତି ମାହୋଲ ସରଗରମ । ପୁରରୁ ପଲ୍ଲୀ ସବୁଠି ଲାଗିଛି ଶଙ୍ଖ ପଦ୍ମ ଲଢେଇର ଚର୍ଚ୍ଚା । କିନ୍ତୁ ଏହି ରାଜନୀତି ଚକ୍ରବ୍ୟୁହ ଭିତରେ ଫସି ଯାଇଛନ୍ତି ଓଲିଉଡର ମେଗାଷ୍ଟାର ତଥା ଅରିନ୍ଦମ । ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଓଲିଉଡ ଷ୍ଟାର ଅରିନ୍ଦମ ଏବଂ ତାଙ୍କ ଭୂମିକାକୁ ନେଇ ରାଜନୀତି ଜଗତରେ ଚର୍ଚ୍ଚା । ବିଜେଡି ଧୋକା ଦେଲା କହି ଦଳ ଛାଡ଼ିବା ପରେ ପଦ୍ମ ଧରିଥିଲେ ଅରିନ୍ଦମ, କିନ୍ତୁ ବିଜେପି ମଧ୍ୟ ଏପର୍ଯ୍ୟନ୍ତ ଖାଲି ହାତ କରି ରଖିଛି । ଆଗକୁ କ’ଣ ଅଛି ଅରିନ୍ଦମଙ୍କ ଭାଗ୍ୟରେ?

ଆସନ୍ତା ନିର୍ବାଚନ ପାଇଁ ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଦେଇଛି । ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ପାର୍ଟିର ଅନେକ ବରିଷ୍ଠ ନେତା ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ପିଙ୍କି ପ୍ରଧାନ, ହରିହର ମହାପାତ୍ର ଏବଂ ଶ୍ରୀତମ ଦାସ ମଧ୍ୟ ଷ୍ଟାର ପ୍ରଚାରକଦାୟିତ୍ୱ ପାଇଛନ୍ତି । କିନ୍ତୁ ତାଲିକାରେ ୩ ଜଣ ଚର୍ଚ୍ଚିତ ନେତାଙ୍କ ନାଁ ବାଦ୍ ଦିଆଯାଇଛି । ନିକଯରେ ବିଜେଡି ଛାଡ଼ି ବିଜେପିକୁ ଡେଇଁଥିବା ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ଏବଂ ଅରିନ୍ଦମ ରାୟ ଷ୍ଟାର ପ୍ରଚାରକ ତାଲିକାରେ ସୁଯୋଗ ପାଇନାହାନ୍ତି । କିନ୍ତୁ ଏହା ଅରିନ୍ଦମଙ୍କ ପାଇଁ ଏକ ଝଟକା । କାରଣ ଆକାଶ ଏବଂ ସିଦ୍ଧାନ୍ତଙ୍କୁ ବିଧାୟକ ଭାବରେ ଟିକେଟ ମିଳିଥିବା ବେଳେ ଅରିନ୍ଦମ ସେହି ତାଲିକାରେ ମଧ୍ୟ ବାଦ୍ ରହିଛନ୍ତି । ବିଜେପିରେ ସାମିଲ ହେବା ପରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି ଦିଗପହଣ୍ଡିରୁ ବିଧାୟକ ପ୍ରାର୍ଥୀ କରିଥିବା ବେଳେ ଆକାଶ ଦାସ ନାୟକଙ୍କୁ କୋରେଇ ଆସନରୁ ପ୍ରାର୍ଥୀ କରିଛି ।

ସୁପରଷ୍ଟାର ଅନୁଭବ ଏବଂ ଅରିନ୍ଦମଙ୍କୁ ବିଜେପି ବର୍ତ୍ତମାନ ସୁଦ୍ଧା କୌଣସି ଟିକେଟ ଦେଇନାହିଁ । ତେବେ ଅନୁଭବଙ୍କୁ ଷ୍ଟାର ପ୍ରଚାରକ ଭାବରେ ସ୍ତାନ ଦେଇଛି । କିନ୍ତୁ ଅରିନ୍ଦମ ବିଧାୟକ ଏବଂ ଷ୍ଟାର ପ୍ରଚାରକ, ଉଭୟ ତାଲିକାରୁ ବାଦ୍ ପଡ଼ିବାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ ବି ବିଜେପିରେ ଅରିନ୍ଦମଙ୍କ ଟିକେଟ୍ ଆଶା ଏବଂ ଆଶଙ୍କା ଭିତରେ ରହିଥିବାବେଳେ, ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ଯେଉଁ କାରଣ ପାଇଁ ଅରିନ୍ଦମ ବିଜେଡି ଛାଡ଼ିଥିଲେ. ଏବେ ବିଜେପିରେ ମଧ୍ୟ ବେନି ଜନେ ସମ ଦଶା ଭଳି ପରିସ୍ଥିତିରେ ପହଞ୍ଚି ଯାଇଛନ୍ତି । ତେବେ ବିଜେପି ଓଡ଼ିଶାର ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନଥିବା ବେଳେ ଅରିନ୍ଦମଙ୍କୁ ବିଧାୟକ ଟିକେଟ ଦେବ ବୋଲି ଏବେ ବି ଆଶା କରାଯାଉଛି ।

Get real time updates directly on you device, subscribe now.