ଭୁବନେଶ୍ବର : ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ବିଜୁ ଜନତା ଦଳର ଏକ ବୈଠକ ବସିଥିଲା, ଯାହାକି ଶେଷ ହୋଇଛି । ଏହି ବୈଠକରେ ବିଜେଡିର ଆଗାମୀ ସାଙ୍ଗଠନିକ ନିର୍ବାଚନ ସହ ସଭ୍ୟ ସଂଗ୍ରହ ଓ ଆସନ୍ତା ବିଜୁ ଜୟନ୍ତୀ ପାଳନ ନେଇ ଆଲୋଚନା ହୋଇଥିବା ଜଣାପଡିଛି।
ସମନ୍ବୟ କମିଟି ବୈଠକ ପରେ ଦଳର ବରିଷ୍ଠ ନେତା ପ୍ରଦୀପ ଅମାତ କହିଛନ୍ତି ଯେ ବିଜେଡି ସାଙ୍ଗଠନିକ ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଛି। ସେଥିପାଇଁ ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଆସିଥିଲେ। ସେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଠିକ ଭାବେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ମଣ୍ଡଳୀ ନେତା ଓ ଜିଲ୍ଲା ନେତାଙ୍କ ସହ ଆଲୋଚନା କରି କାମ ଆରମ୍ଭ ହୋଇଛି। ଏହି ସସ୍ତାହରେ DRO ନିଯୁକ୍ତି ହେବେ। ତା ପରେ ARO ନିଯୁକ୍ତି ପାଇଵେ। ନିର୍ବାଚନ ପ୍ରକ୍ରିୟା ଓଡ଼ିଆ ନବ ବର୍ଷ ପୂର୍ବରୁ ସରିବ। ଏଥିରେ କାର୍ଯ୍ୟକାରିଣୀ କମିଟି ସଦସ୍ୟ, ଷ୍ଟେଟ କାଉନସିଲ ସଦସ୍ୟ ବି ଏହି ସମୟରେ ନିର୍ବାଚିତ ହେବେ। ଏହା ସହ ଦଳୀୟ ସଭାପତି ନିର୍ବାଚନ ମଧ୍ୟ ଓଡ଼ିଆ ନୂଆବର୍ଷ ପୂର୍ବରୁ ସରିବ ବୋଲି ପ୍ରଦୀପ ଅମାତ କହିଛନ୍ତି।