କଂଗ୍ରେସର ଆଚରଣ, ଉଚ୍ଚାରଣ ଆମର ପସନ୍ଦ ନୁହେଁ… ନିଲମ୍ବିତ ବିଧାୟକ ଗୃହ ଛାଡ଼ିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବିଧାନସଭାରୁ କଂଗ୍ରେସ ବିଧାୟକ ନିଲମ୍ବନକୁ ନେଇ ବିରୋଧୀ ଦଳ ପ୍ରତିକ୍ର୍ରିୟା ସାମ୍ନାକୁ ଆସିଛି । ପଏଣ୍ଟ ଆଫ୍ ଅର୍ଡର ଉଟାଇ ଟାର୍ଗେଟ୍ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ । କଂଗ୍ରେସର ଆରଚଣ, ଉଚ୍ଚାରଣ ଆମର ପସନ୍ଦ ନୁହେଁ । କିନ୍ତୁ ଆପଣ ଯାହା ଆକ୍ସନ ନେଲେ ତାହା ଗ୍ରହଣୀୟ ନୁହେଁ ବୋଲି କହିଲେ ପ୍ରମିଳା ମଲ୍ଲିକ ।

ଆଲୋଚନା କରିପାରିଥାନ୍ତେ, ମୁଖ୍ୟମନ୍ତ୍ରୀ ଏ ନେଇ ମୁହଁ ଖୋଲନ୍ତୁ ବୋଲି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ସେପଟେ ଗୃହ ତ୍ୟାଗ କରିବାକୁ ନିଲମ୍ବିତ ସଦସ୍ୟଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଗୃହକୁ ପୁଣି ୨୦ ମିନିଟ ପାଇଁ ମୁଲତବି ଘୋଷଣା କଲେ ବାଚସ୍ପତି ।