୨୦୨୪ ପାଇଁ ବିଜେଡିର ପ୍ରସ୍ତୁତି: ନିର୍ବାଚନକୁ ନେଇ ଆରମ୍ଭ କରିଛିି ରଣନୀତି

ଭୁବାନେଶ୍ୱର(ଓଡ଼ିଶା ଭାସ୍କର): ନବୀନ ନିବାସରେ ବିଜେଡିର ସାଙ୍ଗଠନିକ ସମୀକ୍ଷା ବୈଠକ ଆରମ୍ଭ ହୋଇଛି । ୯ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ନେଇ ଚାଲିଛି ମାନସ ମନ୍ଥନ । ଏହି ସାଙ୍ଗଠନିକ ବୈଠକରେ ବରିଷ୍ଠ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି । ୩ ଦିନ ଧରି ନବୀନ ନିବାସରେ ଚାଲିବ ପର୍ଯ୍ୟବେକ୍ଷକଙ୍କ ବୈଠକ ।

ତେବେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ରଣନୀତି ପ୍ରସ୍ତୁତ କରୁଛି । ସୂଚନା ଅନୁସାରେ, କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ବାଲେଶ୍ୱର, ନୟାଗଡ଼, ଅନୁଗୁଳ, ନବରଙ୍ଗପୁର, ସୁନ୍ଦରଗଡ଼ର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ଚାଲିଛି । ପଞ୍ଚାୟତ ଓ ପୌର ଫଳାଫଳ ସହ ସଙ୍ଗଠନ ମଜଭୁତ ନେଇ ଆଲୋଚନା ଚାଲିଛି ।

ଅନ୍ୟପକ୍ଷରେ ଓଡ଼ିଶାରେ ଉଭୟ ବିଜେପି ଓ କଂଗ୍ରେସ ଏବେ ନିଜର ତ୍ରୁଟିପୂର୍ଣ୍ଣ ସାଂଗଠନିକ ରଣନୀତି ପାଇଁ ନିର୍ବାଚନରେ ବିଜେଡିକୁ ଟକ୍କର ଦେବା ଭଳି ସ୍ଥିତିରେ ନାହାନ୍ତି । ଉଭୟ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ତୁଳନାରେ ଏହି ଦୁଇ ଦଳର ସ୍ଥିତି ଅତ୍ୟନ୍ତ ଦୟନୀୟ ରହିଥିଲେ ମଧ୍ୟ ତାକୁ ସୁଧାରିବା ଦିଗରେ ଏପର୍ଯ୍ୟନ୍ତ ଉଭୟ ବିଜେପି ଓ କଂଗ୍ରେସ ନେତୃତ୍ୱ ଆଗ୍ରହ ଦେଖାଇ ନାହାନ୍ତି ।

Get real time updates directly on you device, subscribe now.