ଭୂପିନ୍ଦର ସିଂଙ୍କ ବିସ୍ଫୋରକ ବୟାନ: ଏକାଧିକ ବ୍ୟକ୍ତିଙ୍କର ସଂପୃକ୍ତି ରହିଛି, ଦଳରେ ଟିକେ ପବନ ଅଧିକା ହେଉଛି
କୌଣସି ବ୍ୟକ୍ତିର ସାହସ ନାହିଁ ଦଳର ନିଷ୍ପତ୍ତି ବଦଳାଇ ପାରିବ କହିଲେ ବରିଷ୍ଠ ବିଜେଡି ନେତା ।
ଭୁବନେଶ୍ବର: ୱକ୍ଫ ବିଲ୍କୁ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସମର୍ଥନ ପ୍ରସଙ୍ଗରେ ବିସ୍ଫୋରକ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ବିଜେଡିରେ କାଳବୈଶୈଖୀ ଚାଲିଛି ବୋଲି ସେ କହିଛନ୍ତି ।
ବରିଷ୍ଠ ବିଜେଡି ନେତାଙ୍କ କହିବା ଅନୁସାରେ, ବର୍ତ୍ତମାନ କାଳବୈଶାଖୀ ଚାଲିଛି । ପବନର ବେଗ ଅଧିକ ରହିଛି ।
ଘଟଣାର ଅନୁଧ୍ୟାନ କରାଯିବ, ଏକାଧିକ ବ୍ୟକ୍ତି ଏହା ପଛରେ ଅଛନ୍ତି । କୌଣସି ବ୍ୟକ୍ତିର ସାହସ ନାହିଁ ଦଳର ନିଷ୍ପତ୍ତି ବଦଳାଇ ପାରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ।
ନବୀନ ପଟ୍ଟନାୟକଙ୍କ ସବୁ ଧର୍ମ ପ୍ରତି ସମ୍ମାନ ରହିଛି । ଭୋଟ ଦେଲାବେଳେ ମୁଁ ସେଇଠି ନଥିଲି । ୱାକଫ ବିଲକୁ ବିଜେଡିର ସମର୍ଥନ ସମାଜକୁ ଭୁଲ ମେସେଜ ଆସୁଛି ବୋଲି ସେ କହିଛନ୍ତି ।
ସମୟକୁ ଅପେକ୍ଷା କରନ୍ତୁ । ବିଜେଡିରେ କାହାର ଶକ୍ତି ନାହିଁ ଯେ, କୌଣସି ନିଷ୍ପତ୍ତି କେହି ବଦଳାଇ ଦେଇପାରିବେ। ଏହା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ସାମ୍ନାକୁ ଆଣିବାକୁ ପଡ଼ିବ ବୋଲି ଭୂପିନ୍ଦର କହିଛନ୍ତି ।