fbpx

ବିଜେପି ନେତୃତ୍ୱଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ଭର୍ତ୍ତୃହରି, ରାଜନୈତିକ ମହଲରେ ବଢିଲା ଚର୍ଚ୍ଚା

କଟକ: ବୈଠକରେ ଉଭୟ ଦଳର ନେତା ବସିବା କିଛି ବଡ କଥା ନୁହେଁ । ହେଲେ ଗତକାଲି କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେପି ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବା ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବହୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କର ପ୍ରଶଂସା ମହତାବଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଅନ୍ୟପଟେ ବିଜେପି ଏହାକୁ ଚା’ ପାଣି ଆଲୋଚନା ବୋଲି କହୁଛି।

ସୂଚନା ଅନୁଯାୟୀ, ଭାରତ ଏକ୍ସପ୍ରେସ୍ କଟକରୁ ହାୱଡ଼ା ଅଭିମୁଖେ ଯାତ୍ରା କରିଥିଲା । ସେହି ଟ୍ରେନରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଟକର କିଛି ଛାତ୍ର, ବୁଦ୍ଧିଜୀବୀ ଏବଂ କିଛି ବେଜେପି ନେତା ଯାତ୍ରା କରିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ପ୍ରମୁଖ ଷ୍ଟେସନ ମ୍ୟାନେଜରଙ୍କ ପ୍ରକୋଷ୍ଠ ପାଖ ଗେଷ୍ଟ ରୁମରେ ପ୍ରବେଶ କରିଥିଲେ । ଏହାପରେ ଗଣମାଧ୍ୟମ ପ୍ରତିନିଧି ଓ ପୋଲିସ କର୍ମଚାରୀ ବାହାରକୁ ଆସିବା ପରେ କିଛି ରେଳ କର୍ମଚାରୀ ମଧ୍ୟ ଷ୍ଟେସନ ମ୍ୟାନେଜରଙ୍କ କ୍ୟାବିନକୁ ପଳାଇଲେ । କିଛି ସମୟ ପରେ ହଠାତ୍ ସେହି ଗେଷ୍ଟ ରୁମକୁ କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରବେଶ କରିଥିଲେ । ଭର୍ତ୍ତୃହରିଙ୍କ ସହ କେତେଜଣ ସହଯୋଗୀ ମଧ୍ୟ ଥିଲେ । ସେଠାରେ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ କବାଟ ବନ୍ଦ ରହିଥିଲା । ତେବେ କୋଠରୀ ବାହାରେ କିଛି ବିଜେପି କର୍ମୀ ଶୀର୍ଷ ନେତାମାନଙ୍କୁ ଦେଖିବା ପାଇଁ ଠିଆ ହୋଇଥିଲେ ।

କବାଟ ଖୋଲିବା ପରେ ହସହସ ମୁହଁରେ ବିଜେପି ନେତାଙ୍କ ସହ ସାଂସଦ ଭର୍ତ୍ତୃହରି ମଧ୍ୟ ବାହାରିଥିଲେ । କିଛି ନେତା ଗେଟ-୧ ରେ ଫେରିଲେ ତ ଅନ୍ୟ କେତେକ ନେତା ଗେଟ୍-୨ରେ ଫେରିଥିଲେ । ତେବେ ବର୍ତ୍ତମାନ ଗେଷ୍ଟ ରୁମ ଭିତରେ କେଉଁ ଆଲୋଚନା ହେଲା ସେନେଇ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି । ମହତାବଙ୍କ ବିଜେପି କର୍ମୀଙ୍କ ସହ ବସିବା ସାଧାରଣ ନୁହଁ ବୋଲି ରାଜନୈତିକ ମହଲରେ କୁହାଯାଉଛି। ଷ୍ଟେସନ୍ ପ୍ରକୋଷ୍ଠରେ ସମସ୍ତେ ଏକାଠି ହେବା ଓ ରୁଦ୍ଧଦ୍ୱାର ବୈଠକ କରିବା ଘଟଣାକୁ ନେଇ ନାନା ପ୍ରକାର ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.