fbpx

ବିଜେଡି ନେତାଙ୍କୁ ନିଯୁକ୍ତି ଦେଲେ ସୁପ୍ରିମୋ: ୭୮ ଜଣଙ୍କୁ ମିଳିଲା ସଂଗଠନ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏହି କ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନେକ ନେତାଙ୍କୁ ଦଳର ସଂଗଠନ ଦାୟିତ୍ୱ ଦେଇଛନ୍ତି । ଦଳ ପକ୍ଷରୁ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ବ୍ଲକ ସଭାପତି, ମ୍ୟୁନିସିପାଲିଟି ଓ ଏନଏସି ସଭାପତି ଏବଂ କୋଷାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ବିଜେଡି ପକ୍ଷରୁ ଭଦ୍ରକ ଜିଲ୍ଲା ସଂଗଠନକୁ ପୁନର୍ଗଠନ କରାଯାଇଛି । ଜଗନ୍ନାଥ ସ୍ୱାଇଁଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ୧୩ ଜଣଙ୍କୁ ଉପସଭାପତି, ୨୮ ଜଣଙ୍କୁ ସାଧାରଣ ସମ୍ପାଦକ, ୨୪ ଜଣଙ୍କୁ ସମ୍ପାଦକ, ୭ ଜଣଙ୍କୁ ବ୍ଳକ ସଭାପତି, ୪ ଜଣଙ୍କୁ ମ୍ୟୁନିସିପାଲିଟି ଓ ଏନଏସି ସଭାପତି, ଜଣଙ୍କୁ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ନୂଆ ନେତାଙ୍କ ନିଯୁକ୍ତି ନେଇ ଦଳ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଦଳର ସାଧାରଣ ସମ୍ପାଦକ ମାନସ ଆର. ମଙ୍ଗରାଜ ଏନେଇ ସୂଚନା ଦେଇଛନ୍ତି ।

ଆଗାମୀ ନିର୍ବାଚନ ପାଇଁ ବିଜେଡି ବିଭିନ୍ନ ଜିଲ୍ଲାରେ ତା’ର ସଂଗଠନକୁ ମଜବୁତ କରୁଛି । ନିକଟରେ ବାଲେଶ୍ୱର ଜିଲ୍ଲା ବିଜେଡି ପୁନର୍ଗଠିତ ହୋଇଥିଲା । ଦଳରେ ସଭାପତି, ୪ ଜଣ ବରିଷ୍ଠ ଉପସଭାପତି, ୧୯ ଜଣ ଉପସଭାପତି, ୧୬ ଜଣ ସାଧାରଣ ସମ୍ପାଦକ, ୨୨ ଜଣ ସମ୍ପାଦକ, ୨୩ ଜଣ ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତି ମିଳିଥିଲା । ତା’ ପୂର୍ବରୁ କଳାହାଣ୍ଡି ଜିଲ୍ଲା ସଂଗଠନରେ ଅନେକ ନେତାଙ୍କୁ ଦାୟିତ୍ୱ ମିଳିଥିଲା ।

Get real time updates directly on you device, subscribe now.