fbpx

ଚାଷୀଙ୍କ ପାଇଁ ଗର୍ଜିଲା ବିଜେଡି, କେନ୍ଦ୍ର ବିରୋଧରେ ବିକ୍ଷୋଭ, ଜାଣନ୍ତୁ କଣ କହିଲେ ସୁର ରାଉତରାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଏଫସିଆଇ ଗୋଦାମ ସାମ୍ନାରେ ଧାରଣା ଦେଇଛି ବିଜେଡି । ଧାନ କିଣାରେ କେନ୍ଦ୍ର ସରକାର ରାଜ୍ୟକୁ ବାରମ୍ବାର ଅବହେଳା କରିଆସୁଛନ୍ତି । ଖାଦ୍ୟ ସବସିଡି ବାବଦରେ ୬୫୭୦ କୋଟି ଟଙ୍କା କେନ୍ଦ୍ର ଉପରେ ବକେୟା ପଡ଼ିରହିଛି । ବାରମ୍ବାର କହିବା ପରେ ମଧ୍ୟ କେନ୍ଦ୍ର ସରକାର ଏ ବକେୟା ରାଶି ଦେଉନାହିଁ । ଏଭଳି ଅଭିଯୋଗ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି ।

ବିଜେଡିର ଅଭିଯୋଗ ଅନୁସାରେ ଓଡ଼ିଶାର ବଳକା ଚାଉଳକୁ କେନ୍ଦ୍ର ସରକାର ପଠାଉ ନାହାନ୍ତି । ବଳକା ୭ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା ପାଇଁ ଦାବି କରିଛି ଦଳ । ଖରିଫ ଧାନ ସଂଗ୍ରହ ସମୟ ସୀମା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦାବି ହୋଇଛି । ଧାନ ସଂଗ୍ରହ ପାଇଁ ଟୋକେନ୍ ପ୍ରଦାନ ଆଧାରରେ କେନ୍ଦ୍ର ସରକାର ଧାନ ସଂଗ୍ରହ ଅବଧି ଅନୁମୋଦନ କରୁଛନ୍ତି । କିନ୍ତୁ ରାଜ୍ୟ ବିଜେପି ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱ କହି ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି । ଏମିତି ଅନେକ ପ୍ରସଙ୍ଗକୁ ନେଇ ରାଜ୍ୟର ସମସ୍ତ ଏଫସିଆଇ ଗୋଦାମ ଆଗରେ ଧାରଣା ଦେଇ ପ୍ରତିବାଦ କରିଛି ବିଜେଡି ।

Congress MLA Sura Routray briefing about BJP and BJD on Farmers Issue

ସେପଟେ ବିଜେଡି ଧାରଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ମୋଦୀ ଦାଢ଼ି କି ନବୀନ ପେଟ ମିଳେଇ ଦେଉଛନ୍ତି, ସାଢ଼େ ୬ କୋଟି ଟଙ୍କା ଆଣି ପାରୁନାହାନ୍ତି ନବୀନ ବାବୁ । ଆଦାୟ କରି ପାରୁନ ଧାରଣା ଦଉଚ, ଲଜ୍ଜା ଲାଗୁନି! ତୁରନ୍ତ ସେ ପଇସା ଆଣ ଓ ରବି ଧାନ କିଣ । ସାଢ଼େ ୬ ଶହ କୋଟି ଟଙ୍କା ଲମସ ଉପରେ ବାକି ଅଛି, ଆଉ ୫ ଲକ୍ଷ ହ୍ୟାଟ୍ରିକ ଧାନ ଗୋଦାମରେ ଥୁଆ ହେଇଚି । ଅଲାଜୁକ ବିଜେପି, ଟଙ୍କା ଆଉ ଧାନ ଜଲଦି ରିଲିଜ କର… ଏଭଳି ମତ ଦେଇଛନ୍ତି କଂଗ୍ରେସ ବିଧାୟକ ଶ୍ରୀ ରାଉତରାୟ ।

Get real time updates directly on you device, subscribe now.