fbpx
BSKY
BJD YOUTH SKY
BJD MS SKY

ରଣଜୀ କ୍ୟାମ୍ପରେ କ୍ରୀଡ଼ାମନ୍ତ୍ରୀଙ୍କ ନାଁ; ଭାରତ ପାଇଁ ମଧ୍ୟ ଖେଳିଛନ୍ତି

କୋଲକାତା: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଖବରଟି ସତ । ରଣଜୀ ଦଳର କ୍ୟାମ୍ପ ପାଇଁ ଘୋଷିତ ଦଳରେ ସ୍ଥାନ ପାଇଛନ୍ତି ରାଜ୍ୟର କ୍ରୀଡାମନ୍ତ୍ରୀ । ଘଟଣାଟି ଘଟିଛି ପଶ୍ଚିମବଙ୍ଗରେ । ପଶ୍ଚିମବଙ୍ଗ କ୍ରୀଡାମନ୍ତ୍ରୀ ମନୋଜ ତିୱାରୀଙ୍କୁ ପଶ୍ଚିମବଙ୍ଗ ରଣଜୀ ଦଳରେ ସ୍ଥାନ ମିଳିଛି । ଭାରତ ପାଇଁ କ୍ରିକେଟ ଖେଳିଥିବା ମନୋଜ ତିୱାରୀ ବେଙ୍ଗଲର ଅନ୍ୟତମ ସଫଳ କ୍ରିକେଟର । ଏହି ପୂର୍ବତନ ଭାରତୀୟ ଷ୍ଟାର ଜଣକ ବର୍ତ୍ତମାନ ପଶ୍ଚିମବଙ୍ଗର କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି ।

ହାଓଡାର ଶିବପୁରରୁ ଟିଏମସିର ବିଧାୟକ ରହିଥିବା ମନୋଜଙ୍କୁ କ୍ରୀଡା ଓ ଯୁବବ୍ୟାପାର ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମଙ୍ଗଳବାର କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ ପକ୍ଷରୁ ୩୯ ଜଣିଆ ବେଙ୍ଗଲ ଦଳ ଘୋଷଣା କରାଯାଇଥିଲା । ଏହି ସମସ୍ତ ଖେଳାଳିଙ୍କୁ ଫିଟନେସ ଶିବିରରେ ଯୋଗ ଦେବାକୁ ପଡିବ । ଏହାପରେ ଚୂଡାନ୍ତ ଟିମ ଚୟନ କରାଯିବ । ଶିବିରରେ ନାଁ ଘୋଷଣାକୁ ନେଇ ଖୁସି ଜାହିର କରିଛନ୍ତି ମନୋଜ ତିୱାରୀ । ଉଭୟ ଦାୟିତ୍ୱକୁ ସେ ସଠିକ ଭାବରେ ତୁଲାଇ ପାରିବେ ବୋଲି ତିୱାରୀ କହିଛନ୍ତି । ଆସନ୍ତା ୨୩ ତାରିଖରୁ ଫିଟନେସ କ୍ୟାମ୍ପ ଆରମ୍ଭ ହେବ । ୨୦୧୯-୨୦ ସିଜିନରେ ନିଜର ପ୍ରଥମ ତ୍ରିଶତକ ହାସଲ କରିଥିବା ମନୋଜ ଘରୋଇ କ୍ରିକେଟରେ୧୪ ହଜାର ରନ୍ କରିଥିବା ବେଳେ ଭାରତ ପାଇଁ ୧୨ ଟି ମ୍ୟାଚରୁ ୨୮୭ ରନ କରିଛନ୍ତି ।

Get real time updates directly on you device, subscribe now.