fbpx

ବିଜେଡି ଘେରିବ FCI ଅଫିସ୍, ଚାଷୀଙ୍କ ପାଇଁ କରିବ ଲଢ଼େଇ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାଷୀଙ୍କ ଉନ୍ନତି ଓ ଚାଷୀଙ୍କ ହକ ପାଇଁ ଲଢ଼େଇ କରିବ ବିଜେଡି । କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଓ ଚାଷୀଙ୍କ ପ୍ରତି ଅବହେଳାର ପ୍ରତିବାଦରେ ବିଜେଡି ମଙ୍ଗଳବାର ରାଜ୍ୟର ସବୁ FCI କାର୍ଯ୍ୟାଳୟ ଘେରାଉ କରିବ । ଓଡ଼ିଶାର ୭୬ ପ୍ରତିଶତ କୃଷକ ରହିଥିବାବେଳେ ସେମାନଙ୍କ ହକ ପାଇଁ ମାଗିଲେ କେନ୍ଦ୍ର ସରକାରଙ୍କ ବିଜେପି ପ୍ରତିନିଧି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ଏଥିସହ ବିଜେଡି ପକ୍ଷରୁ ସୁଲତା ଦେଓ କହିଛନ୍ତି ଯେ ଆମର ୬୫୭୦ କୋଟି ବକେୟା ପାଉଣା ଆମକୁ ଦିଆ ଯାଉନାହିଁ । ଚାଷୀଙ୍କ ପାଇଁ ବିଜେଡି ସରକାରଙ୍କ ନୀତିକୁ ମଡେଲ ଭାବେ ବାହାର ରାଜ୍ୟ ଫଲୋ କରୁଛି । କିନ୍ତୁ ଠିକ ସମୟରେ ସାର ଆମ ପାଖରେ ପହଞ୍ôଚ ପାରୁନି । ତଥାପି କରୋନା ଭଳି ମହାମାରୀ ସମୟରେ ରାଜ୍ୟରେ ସରକାର ଚାଷୀଙ୍କ ପାଇଁ ଗୁରୁତ୍ୱ ଦେଇଛନ୍ତି । ହେଲେ ଦୁଃଖର କଥା ଋଣ କରି ଚାଷୀଙ୍କ ପାଇଁ ଧାନ ଉଠାଉଥିଲେ ବି ଠିକ ସମୟରେ ତାର ପ୍ରାପ୍ୟ ପାଉନି ଚାଷୀ । ଏହାର ପ୍ରତିବାଦରେ ମଙ୍ଗଳବାରଠାରୁ ସମସ୍ତ ଏଫସିଆଇ ଅଫିସ ଘେରାଉ କରିବ ବିଜେଡି ବୋଲି ଶ୍ରୀମତୀ ଦେଓ କହିଛନ୍ତି ।

Get real time updates directly on you device, subscribe now.