fbpx

ବଡ଼ ଖବର: ପଞ୍ଚାୟତ ନିର୍ବାଚନରେ ୪୦% ଓବିସି ପ୍ରାର୍ଥୀ ଦେବ BJD

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ରାଜନୀତି ସରଗରମ ହୋଇଛି । ପଞ୍ଚାୟତ ନିର୍ବାଚନରେ ଓବିସି ପ୍ରାର୍ଥୀଙ୍କୁ ଅଧିକ ଫୋକସ୍ କରୁଛି ବିଜେଡି । ଚଳିତ ନିର୍ବାଚନରେ ଓବିସି ପ୍ରାର୍ଥୀଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବ ବିଜୁ ଜନତା ଦଳ । ଏନେଇ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସଂକଳ୍ପ ପାରିତ ହୋଇଛି । ଓବିସି ପ୍ରାର୍ଥୀ ଦେବା ନେଇ ସଂକଳ୍ପ ଆଗତ କରିଥିଲେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ତେବେ ଆସନ୍ତାକାଲି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳୁଛି ବିଜେଡି । ସେଥିରେ ପଛୁଆଗର୍ବଙ୍କ ସଂରକ୍ଷଣ ଏକ ଜାତୀୟ ପ୍ରସଙ୍ଗ ରହିଛି । ପଛୁଆବର୍ଗଙ୍କ ସଂରକ୍ଷଣ କ୍ଷେତ୍ରରେ ନ୍ୟାୟ ଦେବାକୁ ବିଜେଡି ଅନୁରୋଧ କରିବ । ନ୍ୟାୟ ଦେବାକୁ କେନ୍ଦ୍ରକୁ ଅନୁରୋଧ କରିବ ବିଜେଡି । କେନ୍ଦ୍ର ସରକାରଙ୍କ ଆଇନଗତ ଓ ବୈଧାନିକ ନିଷ୍ପତ୍ତିକୁ ବିଜେଡି ସମର୍ଥନ ଦେବ ।

Get real time updates directly on you device, subscribe now.