fbpx

ବଡ଼ ଖବର: ନିର୍ବାଚନରେ ବିଜେଡି ଦେବ ୨୭% OBC ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓବିସି ପ୍ରସଙ୍ଗରେ ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି ବିଜୁ ଜନତା ଦଳ ବା ବିଜେଡି । ପଞ୍ଚାୟତ ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ ଦେବ ବିଜେଡି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ।

ଉଭୟ ମନ୍ତ୍ରୀଙ୍କ କହିବା ମୁତାବକ, ନିର୍ବାଚନରେ ସର୍ବନିମ୍ନ ୨୭% ପଛୁଆବର୍ଗ ପ୍ରାର୍ଥୀ କରାଯିବ । ପଞ୍ଚାୟତ ନିର୍ବାଚନରେ ବିଜେଡି ଦେବ ୨୫ ପ୍ରତିଶତ ସଂରକ୍ଷଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ପାଇଁ ଆଜିର ଦିନ ଐତିହାସିକ । ରାଜ୍ୟ ଏସଇବିସି ଆଇନ ୨୦୦୮ରେ ସଂରକ୍ଷଣ ବ୍ୟବସ୍ଥା ରହିଛି । ସାମାଜିକ, ଶିକ୍ଷାଗତ ଅନଗ୍ରସରବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି । ପଞ୍ଚାୟତ ସହ ପରବର୍ତ୍ତୀ ନିର୍ବାଚନରେ ବି ବିଜେଡି ଦେବ ୨୭% ଓବିସି ପ୍ରାର୍ଥୀ ।

Get real time updates directly on you device, subscribe now.