fbpx

ବ୍ରଜରାଜନଗର ଉପ-ନିର୍ବାଚନରେ BJDର ବାଜିମାତ୍: ବିପୁଳ ଭୋଟରେ ଜିତିଲେ ଅଳକା

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନରେ ବାଜି ମାରିଛି ବିଜେଡି । ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ପ୍ରାୟ ୬୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି ଅଳକା । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ଅଳକା ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନକୁ ଖସିଛନ୍ତି ।

ତେବେ ବିଜୟ ନେଇ ନିର୍ବାଚନ କମିଶନ ଘୋଷଣା କରିନାହାନ୍ତି । ଉପନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟରେ ଜିତିଛନ୍ତି ଅଳକା ମହାନ୍ତି । ୨୦୧୪ ପରେ ପ୍ରଥମଥର ପାଇଁ ୨ୟ ସ୍ଥାନରେ ରହିଛି କଂଗ୍ରେସ ।

Get real time updates directly on you device, subscribe now.