fbpx

କ’ଣ ବିରାଟ କୋହଲି ଭାଙ୍ଗି ପାରିବେ ସଚିନ ତେନ୍ଦୁଲକରଙ୍କ ୧୦୦ ଶତକର ରେକର୍ଡ ? କୋଚ୍ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପିଲା ବେଳର କୋଚ୍ ଦିନେଶ ଲାଡ ବିରାଟ କୋହଲିଙ୍କୁ ନେଇ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସେ ବିରାଟ କୋହଲିଙ୍କୁ ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ବୋଲି କହିଛନ୍ତି। ତାଙ୍କ ମତରେ ସୁନୀଲ ଗାଭାସ୍କାର ଏବଂ ଭିଭ ରିଚାର୍ଡସଙ୍କ ପରି ବ୍ୟାଟସମ୍ୟାନ ମଧ୍ୟ ନିଜ କ୍ୟାରିୟରରେ ଏମିତି ଖରାପ ସମୟ ଦେଇ ଗତି କରିଛନ୍ତି।

ଦିନେଶ ଲାଡ ଚାହାନ୍ତି ଯେ, ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକର ବିଶ୍ଵ ରେକର୍ଡ ଭାଙ୍ଗନ୍ତୁ। ବିରାଟ କୋହଲି ନିଜର ଶେଷ ଅନ୍ତର୍ଜାତୀୟ ଶତକ ୨୦୧୯ ନଭେମ୍ବରରେ ହାସଲ କରିଥିଲେ। ବିରାଟ କୋହଲି ମୋଟ୍ ୭୦ ଅନ୍ତର୍ଜାତୀୟ ଶତକ ହାସଲ କରି ସାରିଲେଣି। ହେଲେ ଦୁଇ ବର୍ଷରୁ ଅଧିକ ସମୟ ହେବ ସେ ଖରାପ ଫର୍ମ ଦେଇ ଗତି କରୁଛନ୍ତି।

ଲାଡ୍ କହିଛନ୍ତି, ବିରାଟ କୋହଲି ଜଣେ ଦମଦାର ବ୍ୟାଟସମ୍ୟାନ। ମୋତେ ଲାଗୁଛି ସେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିବେ। ପ୍ରାୟ ସମସ୍ତ କ୍ରିକେଟର ନିଜ କ୍ୟାରିୟରରେ ଏମିତି ପର‌୍ୟ୍ୟାୟ ଦେଇ ଗତି କରିଥାନ୍ତି। ଏପରିକି ଭିଭିଆନ ରିଚାର୍ଡ୍ସ ଏବଂ ସୁନୀଲ ଗାଭାସ୍କର ମଧ୍ୟ ଖରାପ ସମୟ  ଦେଖିଥିଲେ। ମୁଁ ଚାହୁଁଛି ବିରାଟ କୋହଲି ସଚିନଙ୍କ ୧୦୦ ଅନ୍ତର୍ଜାତୀୟ ଶତକର ରେକର୍ଡ ଭାଙ୍ଗନ୍ତୁ।

ରୋହିତ ଶର୍ମାଙ୍କ ଖରାପ ଫର୍ମକୁ ନେଇ ଦିନେଶ ଲାଡ୍ କହିଛନ୍ତି, ଗୋଟିଏ ଖରାପ ପ୍ରଦର୍ଶନର ଅର୍ଥ ଏହା ନୁହେଁ ଯେ ରୋହିତ ଶର୍ମା ଜଣେ ଖରାପ ବ୍ୟାଟସମ୍ୟାନ। ଛୁଟିରେ ଯିବା ତାଙ୍କର ନିଷ୍ପତ୍ତି ଠିକ୍ ରହିଛି। ଜଣେ ଖେଳାଳି ହିସାବରେ ଲଗାତାର କ୍ରିକେଟ୍ ଖେଳିବା ପରେ ତାଙ୍କୁ ପରିବାର ସହିତ ସମୟ ବିତାଇ ନିଜକୁ ମାନସିକ ସୁସ୍ଥ ରଖିବା ଦରକାର। ରୋହିତ ଜଣେ ବିଶ୍ଵସ୍ତରୀୟ ବ୍ୟାଟସମ୍ୟାନ ବୋଲି ତାଙ୍କ ପିଲା ବେଲର କୋଚ୍ କହିଛନ୍ତି।

Get real time updates directly on you device, subscribe now.