fbpx

ହିନ୍ଦୋଳରେ ମଧ୍ୟ ବାଜି ମାରିଲା ବିଜେଡି: ୧୬ଟି ୱାର୍ଡରୁ ୧୧ଟିରେ ଦଳ ବିଜୟୀ

Advertisement

ଢ଼େଙ୍କାନାଳ: ଢ଼େଙ୍କାନାଳ ହିନ୍ଦୋଳ ଏନଏସସି ନିର୍ବାଚନରେ ବିଜୟ ଲାଭ କରିଛି ବିଜେଡି । ଅତାବିରା ପରେ ହିନ୍ଦୋଳରେ ମଧ୍ୟ ନିଜର ଦବଦବା ବଜାୟ ରଖିଛି ବିଜୁ ଜନତା ଦଳ । ୧୬ଟି ୱାର୍ଡରୁ ବିଜେଡି ଦଳ ୧୧ଟିରେ ବିଜୟୀ ହୋଇଛି । ଅନ୍ୟପଟେ ୫ଟି ୱାର୍ଡରେ ବିଜେପି ଜିତିଥିବା ଜଣାପଡିଛି । ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର କେଶବ ପ୍ରଧାନ ବିଜୟୀ ହୋଇଛନ୍ତି ।

ତେବେ ଏଠାରେ ଦଳମାନଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆକଳନ କରାଯାଉଥିଲା ଏବଂ ତ୍ରିମୁଖୀ ଲଢ଼େଇର ଆଶା କରାଯାଉଥିଲା । କିନ୍ତୁ କଂଗ୍ରେସ ଏଠାରେ ଖାତା ଖୋଲିପାରିନାହିଁ ।

ସେହିପରି ବରଗଡ଼ ଅତାବିରା ଏନଏସି ନିର୍ବାଚରେ ବାଜି ମାରିଛି ବିଜେଡି । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କେବଳ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି । ଅତାବିରା ୱାର୍ଡ ନମ୍ବର ୧ରେ କଂଗ୍ରେସର ଦାପକ ରାୟ ବିଜୟୀ ହୋଇଥିବା ସୂଚନା ମିଳିଛି । ସେହିପରି ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ବିଜୟୀ ହୋଇଛନ୍ତି ।

ତେବେ ଅତାବିରା ଓ ହିନ୍ଦୋଳ ଏନଏସି ପାଇଁ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ହିନ୍ଦୋଳରେ ୨ଟି ଟେବୁଲରେ ୧୬ଟି ୱାର୍ଡ଼ର ଭୋଟ ଗଣତି ହୋଇଥିଲା । ୧୬ଟି ବୁଥ ପାଇଁ ୧୬ ରାଉଣ୍ଡ ଗଣତି ହୋଇଥିଲା । ଉଭୟ ସିଟରେ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା ।

Get real time updates directly on you device, subscribe now.