fbpx

ପିପିଲି ଉପ-ନିର୍ବାଚନରେ ଜିତିବା ନେଇ ବିଜେଡିର ଦମ୍ଭୋକ୍ତି

ପିପିଲି,୩ ।୩(ଓଡିଶା ଭାସ୍କର): ପିପିଲି ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ବି ଆରମ୍ଭ ହୋଇଛି ଛକାପଞ୍ଝା । ପିପିଲି ଉପ ନିର୍ବାଚନରେ ଜିତିବାକୁ ନେଇ ବିଜେଡି ଦମ୍ଭୋକ୍ତି ପ୍ରକାଶ କରିଛି । ବିଜେଡି ଉପ-ସଭାନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ ଦୃଢୋକ୍ତି ସହ କହିଛନ୍ତି ଯେ, ‘ଉପ-ନିର୍ବାଚନରେ ଆମେ ୪୦ରୁ ୫୦ ହଜାର ଭୋଟରେ ଜିତିବୁ । ପିପିଲି ଉପ-ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ । ବିଜେପି ସୁବବେଳେ କହେ ଜିତିବୁ, ମାତ୍ର କେଉଁଥିରେ ଜିତି ପାରନ୍ତିନି ।’

ଅନ୍ୟପଟେ ପିପିଲି ଉପ-ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ କୁମାର ଲୋହାନୀ । ସେ କହିଛନ୍ତି ଯେ, ‘ଉପ-ନିର୍ବାଚନ ପାଇଁ ଇଭିଏମ ଓ ଭିଭିପିଏଟି ଆସିସାରିଛି । ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ ସହ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । କୋଭିଡ ପାଇଁ ପ୍ରତି ବୁଥରେ ମାତ୍ର ୧୦୦୦ ଜଣ ଭୋଟ ଦେବେ । ଇଭିଏମ ଅଧିକାରୀମାନଙ୍କ ଟ୍ରେନିଂ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ତାରିଖ ଘୋଷଣାକୁ ଆମେ ଅପେକ୍ଷା କରିଛୁ ।’

Get real time updates directly on you device, subscribe now.