fbpx

ବିଜେଡିର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ଭୁବନେଶ୍ୱର, ୧୮ା୧୨ (ଓଡିଶା ଭାସ୍କର): ରାଜ୍ୟ କାର୍ଯ୍ୟାଳୟରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗ ଦେଇଥିଲେ । ନବକଳେବର ପରେ ଏହା ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ।

ବୈଠକରେ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି ପ୍ରମୁଖ ଯୋଗ ଦେଇଥିଲେ । ୩୫ଟି ସାଙ୍ଗଠନିକ ଜିଲ୍ଲାର ସମସ୍ତ ଜିଲ୍ଲା ସଭାପତି ଉପସ୍ଥିତ ରହିଥିଲେ । ବୈଠକରେ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇ ଆଲୋଚନା କରାଯାଇଥିଲା । ତୃଣମୂଳ ସ୍ତରରେ ଦଳକୁ କ୍ରୀୟାଶୀଳ କରିବା ନେଇ ଗୁରୁତ୍ୱ ଦିଆଯାଇଥିଲା ।

Get real time updates directly on you device, subscribe now.