fbpx

୫ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି, ଧର୍ମେନ୍ଦ୍ରଙ୍କୁ ୟୁପି ଦାୟିତ୍ୱ

Advertisement

ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ୫ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ତାଲିକା ଘୋଷଣା କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶ ନିର୍ବାଚନର ଦାୟିତ୍ୱ ଦିଆଯାଇଛି । ଅନୁରାଗ ଠାକୁର ଓ ବିବେକ ଠାକୁରଙ୍କୁ ଧର୍ମେନ୍ଦ୍ରଙ୍କ ସହିତ ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି ।

ଅନ୍ୟପଟେ ମନ୍ତ୍ରୀ ପ୍ରହ୍ଲାଦ ସିଂହ ଯୋଶୀ ଉତ୍ତରାଖଣ୍ଡ ନିର୍ବାଚନର ପ୍ରଭାରୀ ହୋଇଛନ୍ତି । ଲକେଟ ଚାଟାର୍ଜୀ ଓ ଆର.ପି ସିଂହ ପ୍ରହ୍ଲାଦଙ୍କ ସହ-ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି ।

ସେହିପରି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ପଞ୍ଜାବ ନିର୍ବାଚନର ଦାୟିତ୍ୱ ଦିଆଯାଇଛି । ହରଦୀପ ପୁରୀ, ମୀନାକ୍ଷୀ ଲେଖି ଓ ବିନୋଦ ଚାୱଡା ପଞ୍ଜାବର ସହ-ପ୍ରଭାବୀ ଭାବେ ଦାୟିତ୍ୱ ତୁଲାଇବେ ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଗୋଆର ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ମଣିପୁର ବିଧାନସଭା ନିର୍ବାଚନର ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.