fbpx

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ ତାରିଖରୁ ୭ଟି ପର୍ଯ୍ୟାୟରେ ଦେଶରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିପାଇଁ ଓଡ଼ିଶା, ଅରୁଣାଚଳ ପ୍ରଦେଶ, ସିକିମ ଓ ଆନ୍ଧ୍ରପ୍ରଦେଶ ବିଧାନସଭା ପାଇଁ ମଧ୍ୟ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ପୂର୍ବରୁ ବିଜେପି ୫ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଜି ୬ଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ।

ଷଷ୍ଠ ପର୍ଯ୍ୟାୟରେ ବିଜେପି ୩ ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଛି । ରାଜସ୍ଥାନର କରୌଲୀ-ଧୋଲପୁର ଲୋକସମା ଆସନରୁ ଇନ୍ଦୁ ଦେବୀ ଜାଟୱ, ଦୌସା ଲୋକସଭା ଆସନରୁ କହ୍ନୈୟା ଲାଲ ମୀଣା ଓ ମଣିପୁରର ଇନର ମଣିପୁର ଲୋକସଭା ଆସନରୁ ଥୌନାଓଜାମ ବସନ୍ତ କୁମାର ସିଂହ ନିର୍ବାଚନ ଲଢ଼ିବେ । ଏହା ପୂର୍ବରୁ ଗତ ୨୪ ତାରିଖ ଦିନ ଦଳ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା । ସେହି ଲିଷ୍ଟରେ ମୋଟ ୧୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.