fbpx

Big Breaking; ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା BJP: ବାଦ୍ ପଡ଼ିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: ବିଜେପି ନିଜ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଜ୍ୟର ବିଭିନ୍ନ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଆସନ୍ତା ନିର୍ବାଚନରେ ରାଉରକେଲା ଆସନରୁ ଦିଲ୍ଲୀପ ରାୟଙ୍କୁ ବିଜେପି ପ୍ରାର୍ଥୀ ଟିକେଟ ଦେଇଛି । ତେବେ ରଣପୁରରୁ ସୁରମା ପାଢୀ ବିଜେପି ପାଇଁ ଯୋଦ୍ଧା ଭାବରେ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । କିନ୍ତୁ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି ସୁପରଷ୍ଟାର ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବିଜେପି ଏହି ପର୍ଯ୍ୟାୟରେ ତାଙ୍କ ନାମ ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବର୍ତ୍ତମାନ ସବୁ ଆଲୋଚନାରେ ବିରାମ ଲାଗିଛି । ଏହି ପର୍ଯ୍ୟାୟରେ ମଧ୍ୟ ଅନୁଭବଙ୍କ ନାମ ବାଦ୍ ଦେଇଛି ଭାରତୀୟ ଜନତା ପାର୍ଟି ।

ଏହାବ୍ୟତୀତ କରଞ୍ଜିଆ ବିଧାନସଭା ଆସନରେ ପଦ୍ମଚରଣ ହାଇବ୍ରୁ ଏବଂ ଝରିଗାଁରୁ ନରସିଂହ ଭଦ୍ରାଙ୍କୁ ବିଜେପି ପ୍ରାର୍ଥୀ କରିଛି । ସେହିପରି ପାଟଣାରୁ ଅଖିଳ ଚନ୍ଦ୍ର ନାୟକ, ସାରସକଣାରୁ ଭାଦବ ହାଁସଦା ଏବଂ ବାଙ୍ଗିରୀପୋଷୀରୁ ମଞ୍ଜଳି ମୁର୍ମୁ ନିର୍ବାଚନ ଲଢିବେ । ରାଇରଙ୍ଗପୁରରୁ ଜୋଲେନ ବାରଦାଙ୍କୁ ବିଜେପି ଟିକେଟ ଦେଇଥିବା ବେଳେ ଡାବୁଗାଁରୁ ସୋମନାଥ ପୁଜାରୀ, ରାଜନଗରରୁ ଲଳିତ ବେହେରା ଏବଂ ବାଲିକୁଦା-ଏରସମାରେ ସତ୍ୟ ଦାରଥୀ ମହାନ୍ତି ବିଜେପି ପାଇଁ ପ୍ରାର୍ତୀପଦ ପାଇଛନ୍ତି ।

ଜଗତସିଂହପୁର ପାଇଁ ଅମରେନ୍ଦ୍ର ଦାସ, ସାନଖେମୁଣ୍ଡରେ ଉତ୍ତମ କୁମାର ପାଣିଗ୍ରାହୀ ଏବଂ ମୋହନାରେ ବିଜେପିର ମଙ୍ଗ ଧରିବେ ପ୍ରଶାନ୍ତ ମଲ୍ଲିକ । ରାୟଗଡ଼ା ପାଇଁ ବସନ୍ତ କୁମାର ଉଲ୍ଲକା ଲକ୍ଷ୍ମୀପୁରରେ କେଳାଶ କୁଲେସିକା ଏବଂ କୋଟପାଡ଼ରେ ରୁପୁ ଭତ୍ରଙ୍କୁ ବିଜେପି ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ବେଳେ ଚୈତନ୍ୟ ନନ୍ଦିବାଲିଙ୍କୁ ପୋଟାଙ୍ଗୀ ଏବଂ ଡମ୍ବରୁ ସୀସାଙ୍କୁ ଚିତ୍ରାକୋଣ୍ଡା ଆସନ ପାଇଁ ପ୍ରାର୍ଥୀ ଭାବରେ ଟିକେଟ ଦେଇଛି ଭାରତୀୟ ଜନତା ପାର୍ଟି ।

Get real time updates directly on you device, subscribe now.