ଗଞ୍ଜାମ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କଲା BJP, ଜାଣନ୍ତୁ କାହାକୁ ମିଳିଳା ଦାୟିତ୍ୱ ?
ଗଞ୍ଜାମ ଜିଲ୍ଲାର ବିଜେପି ସଭାପତି ହୋଇଛନ୍ତି ସରୋଜ ସାବତ । ଦଳୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା...
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ବିଜେପି ସଭାପତି ହୋଇଛନ୍ତି ସରୋଜ ସାବତ । ଦଳୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ସର୍ବ ସହମତିରେ ସଭାପତିଙ୍କ ନାଁ ଘୋଷଣା କରାଯାଇଥିବା ସୂଚନା ମିଳିଛି ।
ତେବେ ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ ସହ ବିଜେଡିର ଗଡ଼ ଥିବା ଗଞ୍ଜାମ ଜିଲ୍ଲାରେ ୧୧ଟି ଆସନ ଦଖଲ କରିଛି। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ସାଂଗଠନିକ ସ୍ତରରେ ଯେଭଳି ସୁଦୃଢ଼ ହେବା କଥା ତାହା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳୁନାହିଁ।
ଅନ୍ୟପକ୍ଷରେ ବିବାଦୀୟ ସ୍ଥିତିରେ ଗଞ୍ଜାମ ସାଂଗଠନିକ ଜିଲ୍ଲା ସଭାପତି ଡା. ସୁବାସ ଚନ୍ଦ୍ର ସାହୁଙ୍କୁ ରାଜନୈତିକ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇ। କିଛିଦିନ ତଳେ ତାଙ୍କୁ ଦାୟିତ୍ବମୁକ୍ତ କରିବାକୁ ରାଜ୍ୟ ସଭାପତିଙ୍କୁ ଚିଠି ଲେଖିଥିଲେ । ନୂଆ ଜିଲ୍ଲା ସଭାପତି କାହାକୁ କରାଯିବ ସେ ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।