fbpx
BSKY SKY
BSKY SKY

୨୦୨୪ ପାଇଁ କେନ୍ଦ୍ରୀୟ BJP ବଡ଼ ପଦକ୍ଷେପ: ଦିଲ୍ଲୀର ସାତଟି ଲୋକସଭା ଆସନ ପାଇଁ ନିଯୁକ୍ତି ପାଇଲେ ୭ ଜଣ ପ୍ରଭାରୀ

BSKY

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ଜୋରସୋରରେ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କର ନୂଆ ଟିମ୍ ଘୋଷଣା କରିଥିବା ବେଳେ ବିଜେପି ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ୨୦୧୪ ଓ ୨୦୧୯ ନିର୍ବାଚନ ପରି ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଦିଲ୍ଲୀରେ କ୍ଲିନ୍ ସୁଇପ୍ କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।

ଦିଲ୍ଲୀର ମୋଟ ୭ଟି ଲୋକସଭା ଆସନକୁ ନିଜ ଅକ୍ତିଆରକୁ ଆଣିବାକୁ ବିଜେପି ସମସ୍ତ ଆସନରେ ଜଣେ ଲେଖାଏଁ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛି । ଆଗାମୀ ନିର୍ବାଚନରେ ଏହି ନବନିଯୁକ୍ତି ପ୍ରଭାରୀମାନେ ସଂଗଠନର ଦାୟିତ୍ୱ ନେବା ସହିତ ରାଜନୈତିକ ଭୂମିକା ନିର୍ବାହ କରିବେ ଓ ଦଳର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବେ । ଏପରିକି ଖରାପ ପ୍ରଦର୍ଶନ ରହିଥିବା ସାଂସଦଙ୍କର ଟିକେଟ କଟିବାର ସମ୍ଭାବନା ରହିଥିବା ମଧ୍ୟ କୁହାଯାଉଛି । ଲୋକସଭା ପ୍ରଭାରୀମାନେ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ସହ ସଂଗଠନକୁ ସୁଦୃଢ଼ କରିବେ ।

ଦିଲ୍ଲୀ ବିଜେପିର ମହାସଚିବ ଯୋଗେନ୍ଦ୍ର ଚନ୍ଦୌଲିୟାଙ୍କୁ ଉତ୍ତର-ପଶ୍ଚିମ ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ରାଜୀବ ବବରଙ୍କୁ ଦକ୍ଷିଲ ଦିଲ୍ଲୀ, ରାଜେଶ ଭାଟିୟାଙ୍କୁ ଚାନ୍ଦନୀ ଚୌକ, ପ୍ରଦେଶ ଉପାଧ୍ୟକ୍ଷ ଦିନେଶ ପ୍ରତାପ ସିଂହଙ୍କୁ ନୂଆଦିଲ୍ଲୀ, ହର୍ଷ ମାଲହୋତ୍ରାଙ୍କୁ ପୂର୍ବ ଦିଲ୍ଲୀ, କମଲଜୀତ ସହରାବତଙ୍କୁ ଉତ୍ତର-ପୂର୍ବ ଓ ଜୟ ପ୍ରକାଶଙ୍କୁ ପଶ୍ଚିମ ଦିଲ୍ଲୀ ଲୋକସଭା ଆସନର ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.