fbpx

୧୨ଟି ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀଙ୍କୁ ନିଯୁକ୍ତି ଦେଲା ବିଜେପି: ପ୍ରକାଶ ପାଇଲା ଲିଷ୍ଟ

ନୂଆଦିଲ୍ଲୀ: ଏପ୍ରିଲ ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଭନ୍ନ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ବିଜେପି ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ଗତକାଲି ବିଜେପି ତା’ର ୬ଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ।

ଆଜି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ବିଭିନ୍ନ ରାଜ୍ୟରେ ପ୍ରଭାରୀ ଓ ସହ-ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ମୋଟ ୧୨ଟି ରାଜ୍ୟ ପାଇଁ ୧୫ ଜଣ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି । ହରିୟାଣା ବିଜେପିର ପୂର୍ବତନ ଅଧ୍ୟକ୍ଷ ଓପି ଧନଖରଙ୍କୁ ଦିଲ୍ଲୀର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଡା. ଦିନେଶ ଶର୍ମାଙ୍କୁ ମହାରାଷ୍ଟ୍ରର ପ୍ରଭାରୀ, ସଞ୍ଜୀବ ଚୌରାସିଆଙ୍କୁ ଉତ୍ତରପ୍ରଦେଶର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ଗତ ଜାନୁଆରୀ ମାସରେ ଦଳ ଓଡ଼ିଶା ସମେତ ୨୩ଟି ରାଜ୍ୟରେ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଥିଲା ।

Get real time updates directly on you device, subscribe now.