fbpx

ନାକ ଦେଖି ଲୋକ ଚିହ୍ନନ୍ତୁ: ଏଭଳି ନାକ ଥିବା ଲୋକ ଭାରି ରୋମାଣ୍ଟିକ ଏବଂ ବିଶ୍ୱସ୍ତ

ମଣିଷ ଶରୀରର ସମସ୍ତ ବାହ୍ୟ ଅଙ୍ଗ ମଧ୍ୟରୁ ନାକ ଅନ୍ୟତମ । ସାଧାରଣତଃ ଲୋକେ ମଣିଷର ନାକ, ଆଖି ଓ ଓଠ ଦେଖି ସୁନ୍ଦର କିମ୍ବା ଅସୁନ୍ଦର କହିଥାନ୍ତି । ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ କେବଳ ଆପଣଙ୍କ ବିଚାର ଏବଂ କର୍ମରୁ ଜଣା ପଡେ ନାହିଁ । ବରଂ ଶାରୀରିକ ବୈଶିଷ୍ଟରୁ ବି ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ଜଣା ପଡିଥାଏ । ଆଖି, ଆଙ୍ଗୁଠି, କାନ ଏହି ସମସ୍ତ ଜିନିଷକୁ ଦେଖି ବ୍ୟକ୍ତିତ୍ୱ ବିଷୟରେ ଜଣା ପଡେ ।

ଆସନ୍ତୁ ଜାଣିବା ମଣିଷର ନାକ ବ୍ୟକ୍ତୁତ୍ୱ ବିଷୟରେ କଣ କହିଥାଏ :

ମୋଟା ନାକ– ଏହିଭଳି ନାକ ଥିବା ଲୋକଙ୍କୁ ଦ୍ରୃତ ଚିନ୍ତକ କୁହାଯାଏ । ଏହି ଲୋକ ଅଧିକ ରୋମାଣ୍ଟିକ, ବିଶ୍ୱସ୍ତ ଏବଂ ଯତ୍ନ ନେବା ଭଳି ସାଥି ହୋଇଥାନ୍ତି ।

ଛୋଟ ନାକ-ଛୋଟ ନାକ ଥିବା ବ୍ୟକ୍ତି ଅଧିକ ମେଳାପି ଏବଂ ଖୋଲା ହୃଦୟୀ ହୋଇଥାନ୍ତି । ସେମାନେ ଅଧିକ ସାଙ୍ଗ ସାଥି ବନାଇଥାନ୍ତି ଏବଂ ମୌଜ ମସ୍ତି କରିବାକୁ ପସନ୍ଦ କରନ୍ତି । ଏହି ଲୋକଙ୍କୁ ବହୁତ ଶୀଘ୍ର ରାଗିଯାଆନ୍ତି ଓ ସେମାନଙ୍କୁ ଶାନ୍ତ କରିବା ବହୁତ ମୁସକିଲ ହୋଇଯାଏ । ନିଜ ପ୍ରେମ ଜୀବନରେ ସେମାନେ ନିଜ ସମ୍ପର୍କକୁ ନିଜ ଭିତରେ ହିଁ ସିମୀତ ରଖିବାକୁ ପସନ୍ଦ କରନ୍ତି ।

ବଡ଼ ନାକ- ଏହି ନାକଥିବା ବ୍ୟକ୍ତି ଅଫିସ ହେଉ ଅବା କୌଣସି ପାର୍ଟି ସେମାନେ ସବୁବେଳେ ପ୍ରତ୍ୟେକ୍ଷ ଭାବେ ଭାଗିଦାର ରହିଥାନ୍ତି । ସେମାନେ ସବୁ ବେଳେ ନିଜର ଚିହ୍ନ କିଛି ଛାଡିବାକୁ ଚାହିଁ ଥାନ୍ତି । ଏଭଳି ବ୍ୟକ୍ତି ସବୁ ବେଳେ ନିଜର ମତାମତ ପ୍ରଦାନ କରିଥାନ୍ତି ।

ଲମ୍ବା ନାକ: ଏମାନଙ୍କ ମଧ୍ୟରେ ନେତୃତ୍ୱ ଗ୍ରହଣ କରିବାର କ୍ଷମତା ଥାଏ । ଏଭଳି ବ୍ୟକ୍ତି ନିଜ ପାଖରେ ଥିବା ଶକ୍ତିକୁ ବହୁତ ଗର୍ବ କରିଥାନ୍ତି । ଯାହାଫଳରେ ତାଙ୍କୁ କ୍ଷତି ହୋଇଥାଏ ।

Get real time updates directly on you device, subscribe now.