fbpx

କାହିଁକି ଆମ ଶରୀର ବଢିଥାଏ ସୁଗାର ସ୍ତର? ଜାଣନ୍ତୁ, ଏହା ପଛର କିଛି ଖାସ୍ କାରଣ

ବର୍ତ୍ତମାନ ସମୟରେ ସୁଗାରର ସମସ୍ୟା ବଢିବାରେ ଲାଗିଛି । ଭାରତରେ ମଧ୍ୟ ଏହାର ସମସ୍ୟା ଅଧିକ ଦେଖିବାକୁ ମିଳିଲାଣି । ସୁଗାର ଭଳି ରୋଗରୁ ମୁକ୍ତି ପାଇବା ପାଇଁ ହେଲେ ଜିବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପାନୀୟର ଧ୍ୟାନ ରଖିବା ନିହାତି ଆବଶ୍ୟକ । ଏହି ସମସ୍ୟାର ସାମ୍ନା ସେତେବେଳେ କରିବାକୁ ପଢିଥାଏ, ଯେତେବେଳେ ଇନ୍ସୁଲିନ ପ୍ରକ୍ରିୟା ବନେଇବାରେ ସକ୍ଷମ ହୋଇପାରି ନଥାଏ କିମ୍ବା ଶରୀର ଇନ୍ସୁଲିନ ର ଠିକ ଉପାୟରେ ବ୍ୟବହାର କରିପାରି ନଥାଏ ।

ଦହି : ଦହିକୁ ପ୍ରୋବାୟୋଟିକ ଫୁଡ଼ ମନେ କରାଯାଏ । ଦହି ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ ।ଆର୍ୟୁବେଦରେ ଏମିତି କିଛି ଭୁଲ ବିଷୟରେ କୁହାଯାଇଛି ,ଯାହା ପାଇଁ ସୁଗାରର ଭୟ ଅଧିକ ବଢିଯାଇଛି । ଆର୍ୟୁବେଦ ଅନୁସାରେ ପ୍ରତ୍ୟେକ ଦିନ ଦହି ଖାଇବା ଉଚିତ୍ ନୁହେଁ । କାରଣ ଏହାକୁ ଅଧିକା ଖାଇବା ଦ୍ୱାରା ଓଜନ ବଢିବା ସହିତ ଖରାବ ମେଟାବୋଲିଜମ ଏବଂ ଇନଫ୍ଲେମେସନ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ।

ହେବି ଡ଼ିନର : ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ରାତି ଖାଇବା ବହୁତ ବିଳମ୍ବରେ ଖାଆନ୍ତି । ରାତ୍ର ସମୟରେ ଅଧିକ ଖାଇବା କିମ୍ବା ବିଳମ୍ବରେ ଖାଇବା ହଜମ ପ୍ରକ୍ରିୟା ଉପରେ କୁପ୍ରଭାବ ପକାଇଥାଏ । ଅଧିକ ଖାଦ୍ୟ ଖାଇବା ଦ୍ୱାରା ଲିଭର ଏବଂ କିଡ଼ନିର ଭାର ଅଧିକ ହୋଇଯାଏ ଏବଂ ମେଟାବୋଲିଜ୍ମ ମଧ୍ୟ ଧିରେ କାମ କରିଥାଏ ।

ଜରୁରୀରୁ ଅଧିକ ଖାଇବା : ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ଖାଇବା ପାତ୍ରରେ ଜରୁରୀରୁ ଅଧିକା ଖାଦ୍ୟ ନିଅନ୍ତି, ଯାହା ପରେ ସେହି ଖାଦ୍ୟକୁ ସମାପ୍ତ କରିବା ଚକରରେ ଅଧିକା ଖାଇବା ପାଇଁ ପଡ଼ିଥାଏ । ଜରୁରୀରୁ ଅଧିକ ଖାଇବା ଦ୍ୱାରା ଶରୀରରେ ମୋଟାପଣ,କୋଲଷ୍ଟ୍ରାଲ ଏବଂ ହଜମ ଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

ଭୋକ ନଲାଗିଲେ ମଧ୍ୟ ଖାଇବା : ଶରୀରକୁ ଯେଉଁ ପରିମାଣରେ ଖାଦ୍ୟ ଦରକାର ସେତିକି ପରିମାଣରେ ହିଁ ଖାଇବା ଉଚିତ। କିନ୍ତୁ ଅଧିକାଂଶ ଲୋକ ଭୋକ ନହେଲେ ମଧ୍ୟ ଚିନ୍ତାରେ ଥିବା କାରଣରୁ ଅଧିକ ଖାଦ୍ୟ ଖାଇଦିଅନ୍ତି । ଯାହା ଫଳରେ କି ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

Get real time updates directly on you device, subscribe now.