fbpx

IPL ଇତିହାସର ସର୍ବବୃହତ ସ୍କୋର କଲା ହାଇଦ୍ରାବାଦ: ମୁମ୍ବାଇ ଆଗରେ ୨୭୮ ରନର ବଡ଼ ଟାର୍ଗେଟ୍

ନୂଆଦିଲ୍ଲୀ: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଏକ ମହାରେକର୍ଡ ସ୍ଥାପନ ହୋଇଛି । ଆଇପିଏଲ ଇତିହାସର ସର୍ବବୃହତ ରେକର୍ଡ କରିଛି ହ୍ରାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୨୭୭ ରନର ଏକ ବିଶାଳ ସ୍କୋର ଛିଡ଼ା କରିଛି । ଫଳରେ ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୨୭୮ ରନର ଏକ ବଡ଼ ଟାର୍ଗେଟ୍ ରହିଛି । ଏହି କ୍ରମରେ ହାଇଦ୍ରାବାଦ ୧୧ ବର୍ଷ ତଳର ଏକ ବଡ଼ ରେକର୍ଡ ଭାଙ୍ଗିଥିଲା । ୨୦୧୩ରେ ପୁଣେ ୱାରିୟର୍ସ ବିପକ୍ଷରେ ଆରସିବି ୫ ୱିକେଟ ହରାଇ ୨୬୨ ରନ୍ ସଂଗ୍ରହ କରିଥିଲା । ଉକ୍ତ ମ୍ୟାଚରେ କ୍ରିସ ଗେଲ ୬୬ଟି ବଲରୁ ୧୭୫ ରନର ଏକ ଭୟଙ୍କର ପାଳି ଖେଳିଥିଲେ ।

ଟସ୍ ଜିତିବା ପରେ ମୁମ୍ବାଇ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଇନିଂସ ଆରମ୍ଭରୁ ହାଇଦ୍ରାବାଦ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲା । ଟ୍ରେବିସ ହେଡ ୨୪ଟି ବଲରୁ ୬୨ ରନ୍ ସଂଗ୍ରହ କରିଥିବା ବେଳେ ସେଥିରେ ୩ଟି ଛକା ଓ ୯ଟି ଚୌକା ରହିଥିଲା । ହେଇନରିଜ୍ କ୍ଲାସେନ ୩୪ଟି ବଲରୁ ୮୦ ରନ୍ କରିଥିବା ବେଳେ ସେଥିରେ ୭ଟି ଛକା ଓ ୪ଟି ଚୌକା ରହିଥିଲା । ସେହିପରି ଅଭିଷେକ ଶର୍ମା ୨୩ଟି ବଲରୁ ୬୩ ଓ ଆଇଦେନ ମକ୍ରମ ୨୮ଟି ବଲରୁ ୪୨ ରନ୍ ସଂଗ୍ରହ କରିଥିଲେ । ଦଳ ମାତ୍ର ୩ଟି ୱିକେଟ ହରାଇ ମୁମ୍ବାଇର ବୋଲରଙ୍କୁ ନିସ୍ତୁକ ପ୍ରହାର କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମ୍ରା ଓ ପୀୟୂଷ ଚାୱଲା ପ୍ରତ୍ୟେକ ୧ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

Get real time updates directly on you device, subscribe now.