fbpx

୪୫ ହଜାରରୁ ଅଧିକ ଭୋଟରେ ଲିଡ୍ କରୁଛନ୍ତି ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆରମ୍ଭ ହୋଇଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ୭୦ଟି ଭୋଟ ଗଣତି କେନ୍ଦ୍ରରେ ୨.୫ କୋଟି ଭୋଟ ଗଣତି ଚାଲିଛି । ୬୯ଟି କେନ୍ଦ୍ରରେ ଇଭିଏମ୍ ଓ ବାଲାଟ ଏବଂ ଗୋଟିଏ ସେଣ୍ଟରରେ କେବଳ ପୋଷ୍ଟାଲ ବାଲାଟ ଗଣନା କରାଯାଉଛି । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ଭୋଟ ଫଳାଫଳ ଉପରେ ସାରା ବିଶ୍ୱବାସୀଙ୍କ ନଜର ରହିଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୭୦ଟିରେ ଆଗରେ ରହିଥିବା ବେଳେ ବିଜେଡି ୬୧ଟିରେ କଂଗ୍ରେସ ୧୩ଟିରେ, ସ୍ୱାଧୀନ ୨ଟିରେ ଓ ସିପିଆଇ (ଏମ) ଗୋଟିଏ ସିଟରେ ଆଗରେ ରହିଛନ୍ତି । ତେବେ ପୁରୀ ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅରୂପ ପଟ୍ଟନାୟକଙ୍କ ଠାରୁ ୪୫,୮୩୭ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ସମ୍ବିତ ୨ ଲକ୍ଷ ୫୨ ହଜାର ୨୧୬ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ପଟ୍ଟନାୟକ ୮ ହଜାର ୬୩୫ଟି ଭୋଟ ପାଇଛନ୍ତି ।

Get real time updates directly on you device, subscribe now.