fbpx

Breaking News; ଏପଟେ ବିଜେପି-ସେପଟେ କଂଗ୍ରେସ: ମାଷ୍ଟର କ୍ୟାଣ୍ଟିନ ଛକରେ ପରସ୍ପରକୁ ପଥରମାଡ଼

Advertisement

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ କଂଗ୍ରେସ । ରାସ୍ତା ଏପଟରୁ ସେପଟକୁ ଟେକା ପଥରମାଡ଼ କରିବାରେ ଲାଗିଛନ୍ତି ଉଭୟ ଦଳର କର୍ମୀ । ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ଅଭିଯୋଗକୁ ନେଇ ମାଷ୍ଟରକ୍ୟାଣ୍ଟିନ ଛକରେ ଆରମ୍ଭ ହୋଇଛି ମହାଭାରତ ଯୁଦ୍ଧ । ବିଜେପି ଯୁବ ମୋର୍ଚ୍ଚା ଏବଂ ଛାତ୍ର କଂଗ୍ରେସ ପରସ୍ପର ଉପରକୁ ଆକ୍ରମଣ କରିଚାଲିଛନ୍ତି । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ସ୍ଥତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ସଂସଦରେ ବିଜେପି-କଂଗ୍ରେସ ମଧ୍ୟରେ ଶୀତଳ ବାକ୍ ଯୁଦ୍ଧ ହୋଇଥିବା ବେଳେ ,ହାର ଉଗ୍ର ରୂପ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନରେ ଦେଖାଯାଇଛି ।

Get real time updates directly on you device, subscribe now.