fbpx

BJP ଜିଲ୍ଲା ସାଧାରଣ ସମ୍ପାଦକଙ୍କୁ ହତ୍ୟା କଲେ ନକ୍ସଲ: ରାଜନୀତି ସରଗରମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ନକ୍ସଲଙ୍କର କାର୍ଯ୍ୟକଳାପ ସୀମା ଟପିବାରେ ଲାଗିଛି । ଏହା ମଧ୍ୟରେ ପୁଣି ଜଣେ ରାଜନେତାଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି । ଛତିଶଗଡ଼ରେ ନକ୍ସଲମାନେ କ୍ରମାଗତ ଭାବେ ବିଜେପି ନେତାଙ୍କୁ ଟାର୍ଗେଟ୍ କରୁଛନ୍ତି । ଗତ ୬ ମାସ ମଧ୍ୟରେ ନକ୍ସଲମାନେ ୬ ଜଣ ବିଜେପି ନେତାଙ୍କୁ ହତ୍ୟା କରିସାରିଲେଣି । କିଛି ନେତାଙ୍କୁ ଦିନ ଦ୍ୱିପ୍ରହର ସମୟରେ ମଧ୍ୟ ହତ୍ୟା କରାଯାଇଛି ।

ସୂଚନା ମୁତାବକ, ଛତିଶଗଡ଼ର ବିଜାପୁରରେ ନକ୍ସଲମାନେ ବିଜେପି ନେତାଙ୍କୁ ଧମକ ଦେବା ସହ ଯଥାସମ୍ଭବ ଦଳ ଛାଡ଼ିବାକୁ କହୁଛନ୍ତି । ସେମାନଙ୍କ କଥା ନ ଶୁଣିବା ଫଳରେ ଜଣେ ନେତାଙ୍କୁ ଗଳାଚିପି ହତ୍ୟା କରିଛନ୍ତି । ନକ୍ସଲଙ୍କ ଟାର୍ଗେଟର ଶିକାର ହୋଇଥିବା ନେତା ଜଣଙ୍କ ହେଉଛନ୍ତି କାକା ଅର୍ଜୁନ । କାକା ବିଜେପିର ଅନୁସୂଚିତ ଜନଜାତି (ଏସଟି) ମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ରହିଥିଲେ । ନକ୍ସଲମାନେ ତାଙ୍କୁ ହତ୍ୟା କରି ଶବକୁ ଗାଁ ନିକଟରେ ଫୋପାଡ଼ି ଦେଇଥିଲେ ।

ତେବେ କାକାଙ୍କ ହତ୍ୟାକୁ ନେଇ ଛତିଶଗଡ଼ରେ ରାଜନୈତିକ ମାହୋଲ ସରଗରମ୍ ହୋଇ ଉଠିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ କାକାଙ୍କ ମୃତ୍ୟୁ ଖବର ପାଇବା ପରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ରାଜ୍ୟର ଆଇନ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ବିଜେପିର ଅତିରିକ୍ତ ଏସପିଙ୍କ ମୁତାବକ, ଗତ ୨୦ ତାରିଖ ସନ୍ଧ୍ୟା ସମୟରେ କାକା ଅପରାହ୍ଣ ୩-୪ଟା ସମୟରେ ଇଲମିଡି ସ୍ଥିତ ନିଜ ଘରକୁ କିଛି କାମ ପାଇଁ ଯାଇଥିଲେ । ମାତ୍ର ଏହି ସମୟରେ ନକ୍ସଲମାନେ ତାଙ୍କୁ ଏକ ନିକାଞ୍ଚନ ସ୍ଥାନରେ ଅଟକାଇଥିଲେ ଓ ପରେ ତାଙ୍କୁ ହତ୍ୟା କରିଥିଲେ । ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଶବ ଜବତ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା ।

Get real time updates directly on you device, subscribe now.