fbpx

ପୂର୍ବତନ ବିଜେପି ବିଧାୟିକା ଦଳ ଛାଡ଼ିଲେ

Advertisement

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । ଏହା ପୂର୍ବରୁ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେହି ରାଜ୍ୟଗୁଡ଼ିକ ହେଉଛି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ । ତେବେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଗତଥର କଂଗ୍ରେସ ବିଜୟ ହାସଲ କରିଥିବାରୁ ଏହା ବିଜେପି ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ତେଣୁ ଦଳ ଏଥର ଏହି ଦୁଇ ରାଜ୍ୟ ସହ ଅନ୍ୟ ରାଜ୍ୟରେ ମଧ୍ୟ ପଦ୍ମ ଫୁଟାଇବାକୁ ରଣନୀତି ପ୍ରସ୍ତୁତ କରୁଛି ।

ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶରୁ ଆସିଛି ଏକ ବଡ଼ ଖବର । ଚାଞ୍ଚୌଡ଼ା ବିଧାନସଭା ଆସନରୁ ଟିକେଟ ନ ମିଳିବାରୁ ଅସନ୍ତୋଷ ରହିଥିବା ପୂର୍ବତନ ବିଧାୟିକା ମମତା ମୀଣା ଆଜି ଇସ୍ତଫା ଦେଇଛନ୍ତି । ସେ ଭୋପାଳ ପହଞ୍ଚି ଭାଜପା କାର୍ଯ୍ୟାଳୟରେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିବା କହିଛନ୍ତି । ଏଥିସହିତ ସେ କାମଖେଡ଼ା ଦରବାରଠାରୁ ଜନାଦେଶ ଯାତ୍ରା ଆରମ୍ଭ କରିଥିଲେ । ତେବେ ସେ ଆମ୍ ଆଦମୀ ପାର୍ଟି (ଆପ)ରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।

ସାଧାରଣ ଭାବେ ନିର୍ବାଚନ ଆସିଲେ ଦଳବଦଳ ଏକ ସାଧାରଣ କଥା । ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳମାନେ ଗୋଟିଏ ଦଳରୁ ଅନ୍ୟ ଦଳକୁ ଲମ୍ଫ ପ୍ରଦାନ କରିଥାନ୍ତି । ଟିକେଟ ନ ମିଳିବା କାରଣରୁ ବଡ଼ ପଦବୀ ଲାଳସାରେ ନେତାମାନେ ଦଳ ଛାଡ଼ିଥାନ୍ତି । ତେବେ ମୀଣା ଭାଜପା ଛାଡ଼ିବା ଦଳକୁ ନିଶ୍ଚିତ ଭାବେ ଏକ ବଡ଼ ଝଟକା । ଭାଜପା ଛାଡ଼ିବା ପରେ ସେ କେଉଁ ଦଳରେ ସାମିଲ ହେବେ ସେନେଇ ସେ ପରେ ନିଷ୍ପତ୍ତି ନେବେ ବୋଲି ମୀଣା କହିଛନ୍ତି ।

Get real time updates directly on you device, subscribe now.