fbpx
BSKY SKY
BSKY SKY

୭ରେ ବିଜେପିର କାର୍ଯ୍ୟକାରିଣୀ ବୈଠକ

BSKY

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ଆସନ୍ତା ୬ ତାରିଖରେ ରାଜ୍ୟ ବିଜେପିର ପଦାଧିକାରୀ ଓ ୭ରେ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି । ଏନେଇ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହେବ । କେନ୍ଦ୍ର ଯୋଜନା, ଆଇନ ଶୃଙ୍ଖଳା ଓ ସୀମା ବିବାଦ ନେଇ ଆଲୋଚନା ହେବ ।’ ଆଗାମୀ ଦିନ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିବ । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢଙ୍ଗୀ ଯୋଗଦେବେ । ତାଙ୍କ ସହ ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ସମେତ ସହପ୍ରଭାରୀ ଓ ବରିଷ୍ଠ ନେତାମାନେ ଯୋଗ ଦେବେ ।

Get real time updates directly on you device, subscribe now.