fbpx
BSKY SKY
BSKY SKY

ୟୁପିର ଭଦ୍ରୋହୀ ଲୋକସଭା ଆସନ ପାଇଁ ବିନୋଦ କୁମାରଙ୍କୁ ଟିକେଟ ଦେଲା ବିଜେପି

BSKY

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ପୂର୍ବରୁ ବିଜେପି ଏକାଧିକ ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଗତ ୧୦ ତାରିଖରେ ଦଳ ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା ।

ଏହା ମଧ୍ୟରେ ପୁଣି ଗୋଟିଏ ଲୋକସଭା ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଉତ୍ତରପ୍ରଦେଶର ଭଦ୍ରୋହୀ ଲୋକସଭା ଆସନରୁ ବିଜେପି ବିନୋଦ କୁମାର ବିନ୍ଦଙ୍କୁ ଟିକେଟ ଦେଇଛି । ବିନ୍ଦ ବର୍ତ୍ତମାନ ମିର୍ଜାପୁର ଜିଲ୍ଲାର ମଝୱାଁ ବିଧାନସଭା ଆସନର ନିଷାଦ ପାର୍ଟିର ବିଧାୟକ ଅଟନ୍ତି । ଗତ ୨୦୨୨ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ତାଙ୍କୁ ଭଦ୍ରୋହୀ ଜ୍ଞାନପୁର ଆସନରୁ ନିଜର ପ୍ରାର୍ଥୀ କରିଥିଲା । ତେବେ ମଝୱାଁ ଆସନରୁ ବିନ୍ଦ ଲଢ଼ିବାକୁ ଇଚ୍ଛୁକ ଥିବାବେଳେ ଜ୍ଞାନପୁରରୁ ଟିକେଟ ମିଳିବାରୁ ସେ ଦଳ ଛାଡ଼ିଥିଲେ । ଏବେ ଭାଜପା ବିନ୍ଦଙ୍କୁ ଭଦ୍ରୋହୀ ପାଇଁ ଟିକେଟ୍ ଦେଇଛି । ବର୍ତ୍ତମାନ ସୁଦ୍ଧା ବିଜେପି ୟୁପିର ୭୧ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି ।

 

Get real time updates directly on you device, subscribe now.