fbpx
BSKY SKY
BSKY SKY

ସାରା ଦେଶରେ ଡାଉନ୍ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ସମସ୍ୟାରେ କୋଟି କୋଟି ୟୁଜର୍ସ

BSKY

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ମାଲିକାନା ବିଶିଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଆଜି ଟେକନିକାଲ ତ୍ରୁଟି ଦେଖାଦେଇଛି । ଫଳରେ କିଛି ୟୁଜର୍ସ ସାଇଟକୁ ଆକ୍ସେସ୍ କରିପାରୁନାହାନ୍ତି । ଅନଲାଇନ୍‌ରେ ଏହି ସମସ୍ୟା ଟ୍ରାକ୍ କରୁଥିବା ପ୍ଲାଟଫର୍ମ ଡାଉନଡିଟେକ୍ଟର ଅନୁସାରେ ୟୁଜର୍ସ ରିପୋର୍ଟ କରିଛନ୍ତି କି ସେମାନଭ୍‌କୁ ଏକ୍ସ ପ୍ଲାଟଫର୍ମ ଆକ୍ସେସ୍ କରିବାକୁ ସମସ୍ୟାର ସାମ୍ନା କରିବାକୁ ପଡୁଛି । ବିଶେଷ କରି ମିଡିଆକୁ ଆକ୍ସେସ୍ କରିବାରେ ୟୁଜର୍ସଙ୍କୁ ସମସ୍ୟା ହେଉଛି ।

କିଛି ୟୁଜର୍ସଙ୍କ ମତରେ ଗୁରୁବାର ସକାଳ ୧୦ଟା ୪୧ ମିନିଟ୍‌ରୁ ଏହି ସମସ୍ୟା ଆରମ୍ଭ ହୋଇଛି । ଡାଉନ ଟାଇମ୍ ସମୟରେ ଏକ୍ସ କିଛି ୟୁଜର୍ସଙ୍କ ଲାଗି କାମ କରିବା ସଂପୂର୍ଣ୍ଣ ଭାବରେ ବନ୍ଦ କରି ଦେଇଛି । ଫଳରେ ୟୁଜର୍ସ କୌଣସି ପ୍ରକାର ପୋଷ୍ଟ ସେୟାର କରିପାରୁ ନାହାନ୍ତି । ଏପରିକି ବହୁ ୟୁଜର୍ସଙ୍କୁ ପେଜ୍ ଓପନ କରିବାରେ ବି ସମସ୍ୟା ହେଉଛି ।

ଏହା ପୂର୍ବରୁ ଡିସେମ୍ବର ୨୦୨୩ରେ ମଧ୍ୟ ଏକ୍ସରେ ବଡ ଧରଣର ସମସ୍ୟା ଦେଖାଦେଇଥିଲା । ଏହି ସମୟରେ ସାରା ବିଶ୍ୱରେ ୟୁଜର୍ସଙ୍କ ଲାଗି ଏହି ପ୍ଲାଟଫର୍ମ ବନ୍ଦ ହୋଇଯାଇଥିଲା । ତେବେ ଏହାକୁ ନେଇ ଏକ୍ସ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନ ଥିଲା । କିନ୍ତୁ କିଛି ଘଣ୍ଟା ପରେ ସେବା ପୁଣି ଆରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.