fbpx
BSKY SKY
BSKY SKY

ଅଯୋଧ୍ୟାରେ ପହଞ୍ଚିଲା ସ୍ୱର୍ଣ୍ଣ ଅକ୍ଷରରେ ଲିଖିତ ରାମାୟଣ, ରାମଲଲାଙ୍କ ଗର୍ଭଗୃହରେ ରଖାଗଲା

BSKY

ନୂଆଦିଲ୍ଲୀ: ଆଯୋଧ୍ୟାର ରାମ ମନ୍ଦିରରେ ସୁନାର ଅକ୍ଷରରେ ଲିଖିତ ରାମାୟଣର ସ୍ଥାପନା ମଙ୍ଗଳବାର ଦିନ ନବରାତ୍ରିର ପ୍ରଥମ ଦିନରେ କରାଯାଇଛି । ଜଣେ ପୂର୍ବତନ ଆଇଏସଏସ ଅଧିକାରୀ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀରାମ ଜନ୍ମଭୂମି ସ୍ଥିତ ଶ୍ରୀରାମଲଲାଙ୍କୁ ସ୍ୱର୍ଣ୍ଣରେ ରଚିତ ରାମାୟଣ ସମର୍ପଣ କରିଛନ୍ତି । ତାମ୍ରପତ୍ରରେ ସୁନର ଅକ୍ଷରରେ ରାମାୟଣକୁ ଶ୍ରୀରାମ ଲଲାଙ୍କ ପାଖରେ ଗର୍ଭଗୃହରେ ରଖାଯାଇଛି ।

ଶ୍ରୀରାମ ଲଲାଙ୍କୁ ଦର୍ଶନ କରୁଥିବା ଭକ୍ତ ଏହି ଅପୂର୍ବ ଉପହାରକୁ ନବରାତ୍ରୀର ପ୍ରଥମ ଦିନରେ ହିଁ ଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । ମଧ୍ୟପ୍ରଦେଶ କ୍ୟାଡରର ପୂର୍ବତନ ଆଇଏଏସ ଆଧିକାରୀ ଶୁଭ୍ରମଣ୍ୟମ ଲକ୍ଷ୍ମୀନାରାୟଣ ଏବଂ ତାଙ୍କ ପତ୍ନୀ ସରସ୍ୱତୀ ଅନେକ ଦିନରୁ ରାମଲଲାଙ୍କୁ ସ୍ୱର୍ଣ୍ଣ ଅକ୍ଷରର ରାମାୟଣକୁ ଅପର୍ଣ କରିବା ଲାଗି ମନସ୍ତ କରିଥିଲେ । ତାଙ୍କର ସଂକଳ୍ପ ଖୁବ ଶିଘ୍ର ଏହାକୁ ସାକାର ରୂପ ମଧ୍ୟ ଦେଇଛନ୍ତି । ସେ ୨୫ଟି ତାମ୍ରପତ୍ରରେ ସୁନାର ଅକ୍ଷରରେ ରାମାୟଣ ଲେଖିଛନ୍ତି ।

Get real time updates directly on you device, subscribe now.