fbpx

ମୋଦୀ ସରକାରଙ୍କୁ ୧୦ରୁ ୮ ନମ୍ବର ଦେଇଥିବା ନବୀନ ପଟ୍ଟନାୟକଙ୍କୁ ବିଜେପି ଦେଲା ଶୂନ, କଂଗ୍ରେସ କଲା କଟାକ୍ଷ

ଭୁବନେଶ୍ୱର: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ୧୦ରୁ ୮ ନମ୍ବର ଦେଇଥିବା ବେଳେ ଭାରତୀୟ ଜନତା ଦଳ ବିଜୁ ଜନତା ଦଳ ରାଜ୍ୟ ସରକାରକୁ ୦ ଅର୍ଥାତ୍ ଶୂନ ଦେଇଛି । ଏହାକୁ ନେଇ କଂଗ୍ରେସ ବିଜେଡି ସରକାରକୁ କଟାକ୍ଷ କରିବା ସହ କହିଛି ଦଳ ଆକଣ୍ଠ ଭ୍ରଷ୍ଟାଚାରରେ ବୁଡି ରହିଛି ।
ଗତ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ତାଙ୍କ ସରକାରକୁ ବୈଦେଶିକ ନୀତି ଗରିବୀ ମୂଳୋତ୍ପାଟନ ଦିଗରେ କାର୍ଯ୍ୟ ପାଇଁ ୧୦ରୁ ୮ ପଏଣ୍ଟ ଦେଇଥିଲେ ।

ତେବେ ବିଧାନସଭାରେ ବିଜେପି ନେତା ଜୟନାରାୟଣ ମିଶ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସଂପୂର୍ଣ୍ଣ ପ୍ରଦର୍ଶନ ଲାଗି ତାଙ୍କୁ ୧୦ରୁ ୧୦ ଅଙ୍କ ଦେବାର ଥିଲା । କିନ୍ତୁ ମୁଁ ତ ପ୍ରତି କ୍ଷେତ୍ରରେ ବିଜୁ ଜନତା ଦଳର ଆପାରଗତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଶୂନ ଅଙ୍କ ହିଁ ଦେବି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ଭ୍ରଷ୍ଟାଚାରମୁକ୍ତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଭ୍ରଷ୍ଟାଚାରରେ ଭରି ରହିଛି ବୋଲି ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ମୁଁ ତ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟଙ୍କୁ ଏକ ବଡ ଶୂନ ଦେବି । ଉଭୟ ଜନତାଙ୍କ ଲାଗି କିଛି କରିନାହାନ୍ତି । ଅନ୍ୟପକ୍ଷରେ ବିଜେଡି ବିଧାୟକ ଶଶି ଭୂଷଣ ବେହେରା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଶ୍ର ଓ ବାହିନୀପତିଙ୍କ ପରି ଲୋକଙ୍କ ଠାରୁ ରେଟିଂର ଆବଶ୍ୟକତା ହିଁ ନାହିଁ । ସେ କହିଛନ୍ତି ଓଡିଶାର ଜନତା ତାଙ୍କୁ ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ପଦରେ ବସାଇ ପୁରା ଅଙ୍କ ଦେଇସାରିଛନ୍ତି ।

Get real time updates directly on you device, subscribe now.