fbpx

ନୱାବଙ୍କ ନାଁରେ ୧୦୦ କୋଟିର ମାନହାନି, ଜାଣନ୍ତୁ କାହିଁକି

ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀଙ୍କ ନାଁରେ ୧୦୦ କୋଟିର ମାନହାନି ମୋକଦ୍ଦମା । ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଜାମିନ ମିଳିସାରିଛି । ସେ ଜେଲରୁ ବି ମୁକୁଳି ସାରିଲେଣି । କିନ୍ତୁ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲୀକ ଏ ପ୍ରସଙ୍ଗରେ ଏବେବି ନିଜର ମତ ରଖୁଛନ୍ତି । ଆଉ ସେଥିପାଇଁ ଏ ମାମଲା ଏବେ ବି ଚର୍ଚ୍ଚା ସାଉଁଟୁଛି । ଏହି ମାମଲାରେ ବିଜେପି ଏବଂ ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି ମନ୍ତ୍ରୀ । ଖାସକରି ବିଜେପି ନେତା ମୋହିତ କାମ୍ବୋଜଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି । ଏମିତିିକି ତାଙ୍କ ପରିବାର ବିରୋଧରେ ବି ବାରମ୍ବାର ଅଭିଯୋଗ ଆଣୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ସୂଚନା ଯୋଗ୍ୟ, ଏନସିବି କ୍ରୁଜ ଜାହାଜରେ ଚଢାଉ କରି ଅନେକ ଆର୍ୟନ ଖାନଙ୍କ ସହ ଅନେକ ଲୋକଙ୍କୁ ଅଟକ ରଖିଥିଲା । କ୍ରଜରୁ ୮ ନୁହେଁ ବରଂ ୧୧ ଜଣଙ୍କୁ ଏନସିବି ଅଟକ ରଖିଥିଲା, ଆଉ ବିଜେପିର ହସ୍ତକ୍ଷେପ ପରେ ୩ ଜଣଙ୍କୁ ଛାଡ଼ି ଦେଇଥିଲା ବୋଲି ଅଭିଯୋଗ କରିଆସୁଛନ୍ତି ନୱାବ । ଛଡ଼ା ଯାଇଥିବା ଲୋକଙ୍କ ଭିତରେ ବିଜେପି ନେତା ମୋହିତଙ୍କ ଶଳା ଥିଲେ ବୋଲି ମନ୍ତ୍ରୀ ଅଭିଯୋଗ ଆଣିଥିଲେ ।

ୟାକୁ ନେଇ ଏବେ ନୱାବ ମଲ୍ଲୀକଙ୍କ ପାଇଁ ଅଡ଼ୁଆ ବଢିଛି । ବିଜେପି ନେତା ମୋହିତ କାମ୍ବୋଜ ଆଇନଗତ କାର୍ଯ୍ୟାନଷ୍ଠାନ ଗ୍ରହଣ କରିଛନ୍ତି । ମୁମ୍ବାଇ ଡ୍ରଗ୍ସ ମାମଲାରେ ମୋହିତଙ୍କ ପରିବାର ସହ ସମ୍ପର୍କ ଥିବାନେଇ ନୱାବଙ୍କ ଅଭିଯୋଗ ପରେ ହିଁ ଆକ୍ସନକୁ ଆସିଥିଲେ ମୋହିତ । ଅକ୍ଟୋବର ୯ ତାରିଖରେ ନୱାବଙ୍କୁ ମୋହିତ ଏକ ନୋଟିସ ପଠାଇଥିଲେ । ବିନା ପ୍ରମାଣରେ ବଦନାମ କରିବା ଭୁଲ ବୋଲି ମୋହିତ ଏ ନୋଟିସ ଜରିଆରେ କହିଥିଲେ । କିନ୍ତୁ ନୋଟିସ ସତ୍ତେ୍ୱ ତାଙ୍କୁ ଟାର୍ଗେଟ କରିବା ଛାଡ଼ି ନଥିଲେ ନୱାବ । ସେଥିପାଇଁ ଅକ୍ଟୋବର ୧୧ରେ ପୁଣି ଥରେ ମୋହିତଙ୍କ ପରିବାରକୁ ନୱାବ ମଲ୍ଲୀକ ଟାର୍ଗେଟ କରିଥିଲେ ।

ଆଉ ଏଥିରେ ଖପ୍ପା ହୋଇ ବିଜେପି ନେତା ମୋହିତ ଏବେ ନୱାବ ମଲ୍ଲୀକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛନ୍ତି । ମୋହିତ କାମ୍ବୋଜ ନୱାବ ମଲ୍ଲୀକଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ୧୦୦ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି । ଏହା ସହ ମନ୍ତ୍ରୀଙ୍କ ନାଁ ରେ ମୁମ୍ବାଇ ପୁଲିସ ନିକଟରେ ସେ ଅଭିଯୋଗ ମଧ୍ୟ କରିଛନ୍ତି । ସେପଟେ ଏନେଇ କିନ୍ତୁ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲୀକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି ।

Get real time updates directly on you device, subscribe now.