fbpx

(Video) ରାହୁଲ ଗାନ୍ଧୀଙ୍କ ଫୋନ କଲ୍ ଅଭିଯୋଗକୁ ନେଇ ସତ ବଖାଣିଲେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ଲୋକସଭା ବାଚସ୍ପତି ଏବଂ ଉପବାଚସ୍ପତି ପଦବୀକୁ ନେଇ କଳହ ଦେଖିବାକୁ ମିଳିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜନାଥ ସିଂହଙ୍କ ଉପରେ ଅଭିଯୋଗ ଲଗାଇଥିଲେ ଯେ, ପୁଣି ଆମ ନେତାଙ୍କୁ ଅପମାନିତ କରାଯାଇଛି । ଯାହାକୁ ନେଇ ରାଜନାଥ ସିଂହ ମୁହଁ ଖୋଲିଛନ୍ତି ।
ରାହୁଲ ଗାନ୍ଧୀ ରାଜନାଥଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ, ସେ ମଲ୍ଲିକାର୍ଜୁନଙ୍କ ସହ କଥା ହୋଇଥିଲେ । ସେ କଲ କରିବାକୁ କହିଥିଲେ । ହେଲେ ସେ କଲ କଲେ ନାହିଁ । ଆମ ନେତାମାନଙ୍କ ଅପମାନ କରାଯାଉଛି ।

କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ କହିଛନ୍ତି ଯେ, ମଲ୍ଲିକାର୍ଜୁନ ଖଡଗେ ଜଣେ ବରିଷ୍ଠ ନେତା ଏବଂ ମୁଁ ତାଙ୍କର ସମ୍ମାନ କରୁଛି । କାଲିଠାରୁ ମୋରା ତାଙ୍କ ସହ ୩ ଥର କଥା ହୋଇସାରିଲାଣି ।

ଏହା ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରାଜନାଥଙ୍କ ଉପରେ ଅଭିଯୋଗ ଲଗାଇ କହିଥିଲେ ଯେ, ମଲ୍ଲିକାର୍ଜୁନ ଖଡଗେଙ୍କ ପାଖକୁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଫୋନ ଆସିଥିଲା । ରାଜନାଥ ସିଂ ଖଡଗେଙ୍କୁ ନିଜ ସ୍ପିକର ପାଇଁ ସମର୍ଥନ ମାଗିଥିଲେ, ବିରୋଧୀ ସ୍ପଷ୍ଟ ଭାବେ କହିଥିଲେ, ଆମେ ସ୍ପିକରକୁ ସମର୍ଥନ ଦେବୁ ହେଲେ ବିରୋଧି ଦଳକୁ ଉପବାଚସ୍ପତି ମିଳୁ । ରାଜନାଥ ସିଂହ କାଲି ସଂଧ୍ୟାରେ କହିଥିଲେ ଯେ, ଖଡଗେଙ୍କୁ ସେ ଫୋନ କରିବେ ହେଲେ ଏପର୍ଯ୍ୟନ୍ତ ଖଡଗେଙ୍କ ପାଖକୁ କୌଣସି ଉତ୍ତର ଆସିନାହିଁ ।

Get real time updates directly on you device, subscribe now.