fbpx

ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥି ଘୋଷଣା କରିବ ବିଜେପି! ତାଲିକାରେ ୧୫୦ ଆଶାୟୀଙ୍କ ନାମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏବେ ନିଜ ଗଡ଼ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ଏହି ଦୌଡ଼ରେ ବିଜେପି ଖୁବ ଆଗରେ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୯୫ ଆସନ ପାଇଁ ପ୍ରାର୍ଥି ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ତେବେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା ହେବା ନେଇ ଆଶା କରାଯାଉଛି । ନିର୍ବାଚନ ପାଇଁ ବିଜେପି ଆଜି ନିଜର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା କରିପାରେ ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ବିଜେପିର ସିଇସି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ ପରେ ବିଜେପି ନିଜ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା କରିବ ବୋଲି ଅନୁମାନ କରାଯାଉଛି । ତେବେ ଏହି ତାଲିକାରେ ଦଳର ପ୍ରାୟ ୧୫୦ ଜଣ ଆଶାୟୀ ପ୍ରାର୍ଥିଙ୍କ ନାମରେ ମୋହର ଲଗାଇପାରେ ବିଜେପି । ବୈଠକରେ ପ୍ରାର୍ଥିଙ୍କ ନାମକୁ ନେଇ ଆଲୋଚନା କରାଯାଇପାରେ । ଗତକାଲି ସନ୍ଧ୍ୟାରେ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ ବସିଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି କେଉଁ ପ୍ରାର୍ଥିଙ୍କୁ ସ୍ଥାନ ଦେବ ତାହାକୁ ସମସ୍ତଙ୍କ ଅପେକ୍ଷା । ସେପଟେ କଂଗ୍ରେସ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥି ତାଲିକା ଘୋଷଣା କରିଛି ।

Get real time updates directly on you device, subscribe now.