fbpx

ବିଜେପି ବିଧାୟକ ରାଜେନ୍ଦ୍ର ପାଟନୀଙ୍କ ପରଲୋକ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତା’ ପୂର୍ବରୁ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ତେବେ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର । ମହାରାଷ୍ଟ୍ର ବିଧାନସଭାର ଜଣେ ସଦସ୍ୟଙ୍କର ପ୍ରାଣହାନୀ ଘଟିଛି । ବିଜେପି ବିଧାୟକ ରାଜେନ୍ଦ୍ର ପାଟନୀଙ୍କ ପରଲୋକ ଘଟିଛି । ରାଜେନ୍ଦ୍ର ୱାଶିମ ଜିଲ୍ଲାର କରଞ୍ଜିଆ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ମୃତ୍ୟୁରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମେତ ବହୁ ବରିଷ୍ଠ ରାଜେନତା ଶୋକପ୍ରକାଶ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସୂଚନାଯୋଗ୍ୟ ଯେ, ତେଲେଙ୍ଗାନାର ବିଏସଏସ ବିଧାୟିକ ଜି. ଲାସ୍ୟା ନନ୍ଦିତା ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନେଇ ଆଜି ଖବର ଆସିଥିଲା ।

Get real time updates directly on you device, subscribe now.