fbpx

ପଶ୍ଚିମବଙ୍ଗରେ ବିଜେପିକୁ ପୁଣି ଝଟକା, ଦଳ ଛାଡି ଟିଏମସିରେ ମିଶିଲେ ସାଂସଦଙ୍କ ତିନି ସହଯୋଗୀ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଥରେ ବିଜେପିକୁ ଝଟକା ଲାଗିଛି। ଲୋକସଭା ସାଂସଦ ଅର୍ଜୁନ ସିଂହଙ୍କ ତିନି ସହଯୋଗୀ ଦଳ ଛାଡି ଟିଏମସିରେ ଯୋଗ ଦେଇଛନ୍ତି। ଏଥିରେ ଭାଟପାଡା ମ୍ୟୁନିସିପାଲ କର୍ପୋରେସନର ଚେୟାରମ୍ୟାନ ସୌରଭ ସିଂହ ଏବଂ ପୂର୍ବତନ ବିଧାୟକ ସୁନିଲ ସିଂହ ସାମିଲ୍। ସୌରଭ ସିଂହଙ୍କୁ ବିଜେପି ନଗର ନିଗମ ନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିଥିଲା। ସେ ନିଜର ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଥିଲେ। କିନ୍ତୁ ସେ ଏବେ ବିଜେପି ଛାଡି ଟିଏମସିରେ ଯୋଗ ଦେଇଛନ୍ତି।

ସୁନିଲ ସିଂହ ନୋଆପାରାରୁ ବିଧାୟକ ରହି ସାରିଛନ୍ତି। ସେ ମଧ୍ୟ ନଗର ନିଗମ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ଥିଲେ। ତେବେ ସୁନିଲ ସିଂହଙ୍କ ସହିତ ତାଙ୍କ ପୁଅ ଆଦିତ୍ୟ ସିଂହ ଏବଂ ଅର୍ଜୁନ ସିଂହଙ୍କ ପୁତୁରା ସୌରଭ ସିଂହ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ପରେ ତିନି ଜଣ ଟିଏମସିରେ ଯୋଗ ଦେଇଛନ୍ତି। ଗୋଟିଏ ପଟେ ବିଜେପିର ଅନେକ ନେତା ଟିଏମସିରେ ସାମିଲ୍ ହୋଇଥିବା ବେଳେ ଅନ୍ୟପଟେ ଶାସକ ତୃଣମୂଳ କଂଗ୍ରେସରେ ମଧ୍ୟ ଆଭ୍ୟନ୍ତରୀଣ କନ୍ଦଳ ମୁଣ୍ଡ ଟେକିଛି। ମମତା ବାନାର୍ଜୀ ଏବଂ ପୁତୁରା ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ତୀବ୍ର ମତଭେଦ ଲାଗି ରହିଛି। ଏହି କଳହ ପରେ ମମତା ୨୦ ଜଣିଆ ଜାତୀୟ କମିଟି ଘୋଷଣା କରିଛନ୍ତି। ଏହି କମିଟି ମମତା ବାନାର୍ଜୀଙ୍କ ପତିଆରା ବଢାଇବା ସହ ପୁରୁଣା ଏବଂ ନୂତନ ନେତାଙ୍କ ମଧ୍ୟରେ ବିବାଦକୁ କମ କରିବାର କାମ କରିବ।

Get real time updates directly on you device, subscribe now.