ବଞ୍ଚିଥିଲାବେଳେ ନେଲେନି; ମଲାପରେ ସରକାର ନେବେ ବଡ଼ ନିଷ୍ପତ୍ତି! ପାର୍ଟି କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ-ନେତା ଏକାଠି

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ନେଇ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ପାର୍ଟି କାର୍ଯ୍ୟାଳୟରେ ଚାଲିଛି ବଡ଼ ଧରଣର ବୈଠକ । ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ସୂଚନା ।

ରାଜସ୍ୱ, ଆଇନ, ପରିବହନ, ପ୍ରାଣୀ ସମ୍ପଦ ମନ୍ତ୍ରୀ ମଧ୍ୟ ବେହଠକରେ ଯୋଗ ଦେଇଥିବା କୁହାଯାଉଛି । ରାଜ୍ୟ ଭାଜପା ଦଳ ସଭାପତି ମନମୋହନ ସାମଲ ମଧ୍ୟ ବୈଠକରେ ଉପସ୍ଥିତ ଥିବା ସୂଚନା ।

ବାଲେଶ୍ୱର ଘଟଣାକୁ ନେଇ ବୈଠକରେ ଆଲୋଚନା ଚାଲିଛି । ଆଜି ରାତି ସୁଦ୍ଧା ବୈଠକ ପରେ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିବା ନେଇ ଆଲୋଚନା ହେଉଛି ।

ଗତକାଲି ରାତିରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ତାଙ୍କ ପୈତୃକ ଗ୍ରାମରେ ଅନ୍ତିମ ସଂସ୍କାର ଶେଷ କରାଯାଇଛି ।

ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡି ଆସନ୍ତା କାଲି ବାଲେଶ୍ୱର ବନ୍ଦ ଡାକରା ଦେଇଛି ।