fbpx
BSKY SKY
BSKY SKY

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

BSKY

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେଥିପାଇଁ ଭାରତୀୟ ଜନତା ପାର୍ଟି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ମୋଟ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସେଥିରେ ୬ ଜଣ ସାଂସଦଙ୍କ ନାମ ସାମିଲ ରହିଛି । ଗତ ମାସ ୧୭ ତାରିଖରେ ଦଳ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଏହାଫଳରେ ବିଜେପି ମୋଟ ୭୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଦଳ ଟିକେଟ ପ୍ରଦାନ କରିଥିବା ବେଳେ ସେ ଦିମନୀ ଆସନରୁ ନିର୍ବାଚନ ଲଢ଼ିବେ । ୬ ଜଣ ସାଂସଦଙ୍କୁ ଦଳ ଟିକେଟ ଦେଇଥିବା ବେଳେ ୩ ଜଣ କେନ୍ଦ୍ରମନ୍ତ୍ରୀ ବିଧାନସଭା ନିର୍ବାଚନ ଲଢ଼ିବେ । କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ପ୍ରହ୍ଲାଦ ପଟେଲ, ଗଣେଶ ସିଂହ, ରାକେଶ ସିଂହ, ରୀତି ପାଠକ ଓ ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କୁ ଦଳ ବିଧାନସଭା ନିର୍ବାଚନରେ ମୈଦାନକୁ ଓହ୍ଲାଇଛି ।

ସାଂସଦ ଗଣେଶ ସିଂହ ସତନା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ । ସେହିପରି ସାଂସଦ ରୀତି ପାଠକ ସୀଧୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ । କେନ୍ଦ୍ରମନ୍ତ୍ରୀ ଛଗନ ସିଂହ ପୁଲସ୍ତେ ନିବାସ ବିଧାନସଭା ଆସନରୁ ଓ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ନରସିଂହପୁର ଆସନରୁ ନିର୍ବାଚନ ଲଢ଼ିବେ । ସୂଚନାଯୋଗ୍ୟ ଯେ, ଗତ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ମୋଟ ୨୩୦ରୁ ୧୧୪ଟି ହାସଲ କରିବା ସହ ସରକାର ଗଠନ କରିଥିଲା । ଅନ୍ୟପକ୍ଷରେ ବିଜେପି ୧୦୯ଟି ସିଟ୍ ପାଇଥିଲା । ଦୀର୍ଘ ୧୫ ବର୍ଷ ପରେ ବସପା, ସପା ଓ ଅନ୍ୟ ଦଳ ସହ ମେଣ୍ଟ କରି କଂଗ୍ରେସ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା ।

Get real time updates directly on you device, subscribe now.