fbpx

ଯଦି ଆପଣଙ୍କ ଜୀବନରେ ବାରମ୍ବାର ଅସୁବିଧା ଆସୁଥାଏ ତେବେ କରନ୍ତୁ ଏହି ଉପାୟ

ଓଡିଶା ଭାସ୍କର: ମଙ୍ଗଳବାର କରନ୍ତୁ ଏହି ଉପାୟ ଦୂର ହେବ ଆପଣଙ୍କ ସବୁ ସମସ୍ୟା । ବଜରଙ୍ଗବାଲୀଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତିକୁ ସୁଧାରିବାକୁ ମଙ୍ଗଳବାର ଦିନ ହନୁମାନଙ୍କର ଏହି ମନ୍ତ୍ରକୁ ୨୧ ଥର ଜପ କରନ୍ତୁ । “ଓଁ ହଂ ହନୁମତେ ନମଃ’ । ଯଦି ଆପଣ ସବୁ କାମରେ ସଫଳତା ପାଇବାକୁ ଚାହାନ୍ତି ତେବେ ମଙ୍ଗଳବାର ଦିନ ଧଳା କାଗଜ ସହ କମଳା ରଙ୍ଗର ସିନ୍ଦୁର ନିଅନ୍ତୁ । ସେହି ସିନ୍ଦୁରରେ କିଛି ବାସ୍ନାଯୁକ୍ତ ତେଲ କାମ୍ବା ସୁଦ୍ଧ ଗୁଆଘିଅ ମିଶାନ୍ତୁ । ସେହି ଧଳା କାଗଜରେ ପ୍ରଭୁ ଶ୍ରୀରାମଙ୍କ ନାମ ଲେଖନ୍ତୁ । ୧୧ ଥର ରାମ ନାମ ଲେଖନ୍ତୁ, ଏହା ପରେ ସେହି କାଗଜକୁ ଭାଙ୍ଗି ଆପଣଙ୍କ ମନିପର୍ସରେ ରଖନ୍ତୁ ।

ସେହିପରି ଯଦି ଆପଣ ସ୍ମରଣ ଶକ୍ତି ବଢାଇବାକୁ ଚାହୁଁଥିଲେ କରନ୍ତୁ ଏହି ଉପାୟ । ମଙ୍ଗଳବାର ରାତିରେ କରନ୍ତୁ ଏହି ଉପାୟ । ସୋଇବା ପୂର୍ବରୁ ପାଖରେ ଲାଲ୍ ଚନ୍ଦନ କାଠ ଖଣ୍ଡଟିଏ ରଖି ସୁଅନ୍ତୁ । ପରଦିନ ସକାଳେ ସେହି ଲାଲ୍ ଚନ୍ଦନ କାଠ ଖଣ୍ଡଟିକୁ ଆପଣଙ୍କ ପାଖରେ ଥିବା କୌଣସି ମନ୍ଦିର କିମ୍ବା ଧାର୍ମିକସ୍ଥଳରେ ଦାନ କରନ୍ତୁ ।

Get real time updates directly on you device, subscribe now.