fbpx

(Video)‘ମାଂସହାରୀ ଥିଲେ ପ୍ରଭୁ ରାମ, ଶିକାର କରୁଥିଲେ’: NCP ନେତାଙ୍କ ବିବାଦୀୟ ବୟାନ, ବିଜେପି କଲା ଅଭିଯୋଗ

ନୂଆଦିଲ୍ଲୀ: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାଜନୀତି ତୀବ୍ର ହୋଇଛି । ବିରୋଧୀ ଦଳର ନେତାମାନେ ଲଗାତାର ଭାବରେ ରାମ ମନ୍ଦିରର ଉଦଘାଟନୀ ସମାରୋହକୁ ନେଇ ବିବାଦୀୟ ତଥା ଲଜ୍ଜାଜନକ ବୟାନ ଦେଉଛନ୍ତି ।

 

ଏହି କ୍ରମରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଜିତେନ୍ଦ୍ର ଆହାଡ ତାଙ୍କ ଟିପ୍ପଣୀରୁ ବିବାଦ ସୃଷ୍ଟି କରିଛନ୍ତି । ସେ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ,  “ପ୍ରଭୁ ରାମ ମାଂସାହାରୀ ଥିଲେ ।’ ବୁଧବାର ମହାରାଷ୍ଟ୍ରର ଶିରିଡିଠାରେ ଏକ କାର୍ଯ୍ୟକ୍ରମରେ ଏନସିପିର ଶରଦ ପାୱାର ଦଳରୁ ଆସିଥିବା ଆହାଡ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କି, ଭଗବାନ ରାମ କ୍ଷତ୍ରିୟ ଥିଲେ ଏବଂ ସେ ମାଂସ ଖାଉଥିଲେ  । ସେ ଆହୁରି ମଧ୍ୟ କହିଛନ୍ତି, “ଭାରତର ୮୦% ଜନସଂଖ୍ୟା ମାଂସାହାରୀ । ସେମାନେ ମଧ୍ୟ ପ୍ରଭୁ ରାମଙ୍କର ଭକ୍ତ  ।’

 

ଭାଇରାଲ ଭିଡିଓରେ ଏନସିପି ନେତାମାନେ କହିଛନ୍ତି ଯେ, ପ୍ରଭୁ ରାମ ତାଙ୍କର ୧୪ ବର୍ଷ ବନବାସ ସମୟରେ ଜଙ୍ଗଲରେ ରହୁଥିଲେ । ସେଠାରେ ଶାକାହାରୀ ଖାଦ୍ୟ ପାଇବା କଷ୍ଟକର ହୋଇଥିବାରୁ ସେମାନେ ଜଙ୍ଗଲରେ ଜୀବଜନ୍ତୁୁ ଶିକାର କରିଥିଲେ । ଭଗବାନ ରାମଙ୍କୁ ମାଂସାହାରୀ ବୋଲି କହିବା ପରେ ଭାରତୀୟ ଜନତା ପାର୍ଟି ପଛକୁ ଓଲଟା ଜବାବ ଦେଇ ପଚାରିଛି ଯେ, ଆହାଡ ତ୍ରୈତୟା ଯୁଗରେ ଦେଖିବାକୁ ଯାଇଥିଲେ କି ?

 

 

ବିଜେପି ଅଭିଯୋଗ କରିଛି :-

ବିଜେପି ନେତା ରାମ କଦମ ଗୁରୁବାର ଦିନ ଏନସିପି-ଶରଦ ପାୱାର ଦଳର ନେତା ଜିତେନ୍ଦ୍ର ଆହାଡଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ଅଭିଯୋଗ କରିଛନ୍ତି । ରାମ କଦମ କହିଛନ୍ତି, “… ଭିଡିଓ ଫୁଟେଜକୁ ଯାଞ୍ଚ କରିବା ପରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଆମକୁ ଆଶ୍ୱାସନା ଦେଇଛି । … ଆମେ ମହାରାଷ୍ଟ୍ର ଭୂମିରେ ଦେବୀ-ଦେବତାଙ୍କୁ ଅପମାନିତ କରିବାକୁ ଦେବୁ ନାହିଁ … ।’

Get real time updates directly on you device, subscribe now.