fbpx

ଆମେରିକୀୟ ସିନେଟରଙ୍କ ସହ ରାହୁଲଙ୍କ ଭେଟଘାଟ ପରେ ଅଡୁଆରେ କଂଗ୍ରେସ!

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଯେତେବେଳେ ବି ବିଦେଶ ଯାତ୍ରା କରନ୍ତି, ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଚଳିତ ଆମେରିକା ଗସ୍ତ କାଳରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସରକାର ଓ ତାର କାର୍ଯ୍ୟଧାରା ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ତେବେ ଚଳିତ ଗସ୍ତରେ ରାହୁଲ ଏମିତି ଜଣେ ବ୍ୟକ୍ତିବିଶେଷଙ୍କୁ ଭେଟିଛନ୍ତି, ଯାହାକୁ ନେଇ ରାହୁଲଙ୍କୁ ଘେରିବାର କୌଣସି ମୌକା ଛାଡୁନିି ବିଜେପି ।

ରାହୁଲ ଆମେରିକା ସଂସଦର ପ୍ରତିନିଧି ମଣ୍ଡଳୀଙ୍କୁ ଭେଟିଛନ୍ତି । ସେହି ସାକ୍ଷାତକାରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ରାହୁଲଙ୍କୁ ଦେଖିବାକୁ ମିଳୁଛି ଭାରତର କଟ୍ଟର ବିରୋଧୀ ଭାବେ ପରିଚିତ ଇଲ୍ହାନ ଉମରଙ୍କ ସହ । ରାହୁଲ, ଉମରଙ୍କୁ ଭେଟିବା ପରେ ଏବେ ବିଜେପି ଟାର୍ଗେଟରେ ।

ବିଜେପି ନେତା ନିଶିକାନ୍ତ ଦୁବେ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିବା ସହ ସେହି ଫଟୋରେ ଜଣେ ମହିଳାଙ୍କ ମୁହଁରେ ନାଲି ଗୋଲେଇ କରି ତାଙ୍କୁ ହାଇଲାଇଟ କରିଛନ୍ତି ଓ ଲେଖିଛନ୍ତି କି, ଲାଲ ଘେରାରେ ଥିବା ମହିଳା ହେଉଛନ୍ତି ଆମେରିକାର ଡେମୋକ୍ରାଟିକ ପାର୍ଟି ନେତା ଇଲ୍ହାନ ଉମର, ଯିଏ ଖଲିସ୍ତାନ ଓ କାଶ୍ମୀରକୁ ଏକ ଅଲଗା ଦେଶ ପାଇଁ ଦାବି କରିଆସିଛନ୍ତି । ଏବେ ରାହୁଲ ତାଙ୍କ ଏହି ଏଜେଣ୍ଡା ପାଇଁ ସମର୍ଥନ ଜୁଟେଇବାରେ ଲାଗିଛନ୍ତି ।

ବିଜେପି ପ୍ରବକ୍ତା ଅମିତ ମାଲବୀୟ କହିଛନ୍ତି କି, ବିରୋଧୀ ନେତା ଆମେରିକାରେ ଇଲ୍ହାନଙ୍କୁ ଭେଟିଛନ୍ତି । ଇଲ୍ହାନ ଭାରତ ବିରୋଧୀ, କଟ୍ଟରପନ୍ଥୀ ମୁସଲମାନ ଓ ସ୍ୱାଧୀନ କାଶ୍ମୀରର ସମର୍ଥକ । ଏମିତି କି ଏହି ଭେଟଘାଟକୁ ନେଇ ପାକ ନେତା ମଧ୍ୟ ସଜାଗ ହୋଇଯିବେ କି କଂଗ୍ରେସ ଏବେ ଖୁଲମଖୁଲା ଭାରତ ବିରୋଧରେ କାମ କରୁଛି । ବିଜେପି ଏହି ସାକ୍ଷାତକାରକୁ ନେଇ କଂଗ୍ରେସ ତଥା ରାହୁଲଙ୍କେ ଘେରିବାକୁ ଆଗେଇ ଆସିଛି ।

ତେବେ ଏଠାରେ କହିରଖୁ କି, ୱାସିଂଟନ ଡିସିର ରେବର୍ନ ହାଉସ ଅଫିସରେ ଆମେରିକୀୟ ସାଂସଦଙ୍କ ସହ ରାହୁଲ ଗାନ୍ଧୀଙ୍କ ଭେଟଘାଟ ହୋଇଥିଲା । ଏଥିରେ ଉମରଙ୍କ ବ୍ୟତୀତ ସିନେଟର ଜୋନାଥନ ଜେକସନ, ସିନେଟର ରୋ ଖନ୍ନା, ରାଜା କୃଷ୍ଣମୂର୍ତ୍ତି, ବାରବରା ଲି, ଶ୍ରୀ ଥାନେଦାର, ଜିସସ ଜି, ଗାର୍ସିୟା, ହୈଙ୍କ ଜନସନ ଓ ଜୈନ ସ୍କାକୋଭସ୍କି ମଧ୍ୟ ସାମିଲ ଥିଲେ । ଉମର ଜଣେ ସିନେଟର ହୋଇଥିବାରୁ ତାଙ୍କ ଉପସ୍ଥିତି ସ୍ୱାଭାବିକ ଥିଲା । କିନ୍ତୁ ଏହାକୁ ନେଇ ବିଜେପି ରାହୁଲ ତଥା କଂଗ୍ରେସ ବିରୋଧରେ ଏକ ପ୍ରୋପାଗଣ୍ଡା ପ୍ରସ୍ତୁତ କରିବାର ମୌକା ହାତଛଡା କରିବାକୁ ଚାହୁଁ ନାହିଁ ।

Get real time updates directly on you device, subscribe now.