fbpx

ପଦଯାତ୍ରାରେ ଅପରାଜିତାଙ୍କ ସାମିଲ ନେଇ ବିଜେପି ଦୁଇଫାଳ

ଭୁବନେଶ୍ୱର, ୨୪ା୧୨ (ଓଡିଶା ଭାସ୍କର): ନୟାଗଡ଼ ଶିଶୁକନ୍ୟା ପରି ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ବିଜେପି ତରଫରୁ ଗତ ୨୦ ତାରିଖରୁ ପଦଯାତ୍ରାର ଆରମ୍ଭ କରାଯାଇଥିଲା । ଆଜିର ପଦଯାତ୍ରାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଇଛି ।

ସୂଚନା ଅନୁସାରେ, ବିଜେପି ପକ୍ଷରୁ ଆଜି ଭରତପୁର ୱାର୍ଡ ନଂ ୨୨ରେ ପଦଯାତ୍ରା କରାଯାଇଥିଲା । ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପଦଯାତ୍ରାରେ ସାମିଲ ହେବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । କର୍ମୀମାନେ କଳାପତାକା ଦେଖାଇ ଗୋ-ବ୍ୟାକ ନାରା ଦେଇଥିଲେ ।

ଏହି ବିବାଦକୁ ନେଇ ବିଜେପି କର୍ମୀ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି । ଲିଙ୍ଗରାଜ ମନ୍ଦିରରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ୫ ଦିନରେ ଯଦୁପୁରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.