fbpx

NDA ସପକ୍ଷରେ ଜନାଦେଶ, ପୁଣି UP ଦଖଲ କରିବ BJP: ଆସିଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ଦେଶର ସର୍ବବୃହତ୍ ବିଧାନସଭା କ୍ଷେତ୍ର ଉତ୍ତରପ୍ରଦେଶ ନିର୍ବାଚନ ଉପରେ ଦେଶବାସୀଙ୍କ ନଜର ରହିଛି । କାରଣ ୟୁପିର ମୋଟ ଆସନ ସଂଖ୍ୟା ୪୦୩ ହୋଇଥିବା ବେଳେ ଏଠାରୁ ଅଧିକାଂଶ ସଭ୍ୟ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇ ଯାଇଥାନ୍ତି । ତେଣୁ ଏହା ଏକପ୍ରକାର ଦେଶର ରାଜନୀତିକୁ ନିୟନ୍ତ୍ରଣ କରେ କହିଲେ ଅତ୍ୟୁକ୍ତ ହେବ ନାହିଁ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରାଜ୍ୟର ବାରାଣାସୀକୁ ନିଜ ସଂସଦୀୟ କ୍ଷେତ୍ର ଭାବେ ବାଛି ସେଥିରେ ସଫଳ ହୋଇଥିଲେ । ତେବେ ଆସନ୍ତା ଫେବୃଆରୀ-ମାର୍ଚ୍ଚରେ ୟୁପି ସହ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ମାତ୍ର ସବୁଠାରୁ ଟପ ଫୋକରେ ରହିଛି ମିଶନ ୟୁପି । ୟୁପି ଦଖଲ ନିମନ୍ତେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଗୃହମନ୍ତ୍ରୀ ଅମିତ ଶାହ ରାତି ଦିନ ଏକ କରିଦେଇଛନ୍ତି । ସ୍ପେଶାଲି ୟୁପିରେ ଟିକେଟ ବଣ୍ଟନ ପାଇଁ ବିଜେପି ସ୍ୱତନ୍ତ୍ର ଷ୍ଟାଟେଜି ଆପ୍ଲାଏ କରିଥିବା କୁହାଯାଉଛି ।

ତେବେ ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଚଳିତ ଥର ଭାଜପା ନିଜର ଗଡ଼ ବଜାୟ ରଖିବାରେ ସମର୍ଥ ହେବ । ମାତ୍ର ସିଟ ସଂଖ୍ୟା ବହୁତ ତଳକୁ ଖସିବାର ସମ୍ଭାବନା ରହିଛି । ଭାଜପାର ସହଯୋଗୀଙ୍କୁ ୨୩୦-୨୪୯, ସମାଜବାଦୀ ପାର୍ଟିର ସହଯୋଗୀଙ୍କୁ ୧୩୭-୧୫୨, ବହୁଜନ ସମାଜବାଦୀ ପାର୍ଟିକୁ ୯-୧୪ ଓ କଂଗ୍ରେସକୁ ୪-୭ଟି ସିଟରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ । ଗତ ୨୦୧୭ ନିର୍ବାଚନ ଅପେକ୍ଷା ଚଳିତ ଥର ବିଜେପିର ଭୋଟ ବ୍ୟାଙ୍କ ପାଖାପାଖି ୩୮ ପ୍ରତିଶତ ହ୍ରାସ ପାଇପାରେ । ଗତ ଥର ଏନଡିଏକୁ ୩୨୫ଟି ସିଟ୍ ମିଳିଥିବା ବେଳେ ଚଳିତ ଥର ସିଟ ସଂଖ୍ୟାରେ ନିମ୍ନଗାମୀ ଆଦୌ ଶୁଭ ସୂଚନା ନୁହେଁ । କାରଣ ଅନେକ ସମୟରେ ସର୍ଭେର ଅନୁମାନ ସବୁ ଓଲଟପାଲଟ କରିଦେଇଥାଏ । ତେବେ ଲଖୀମପୁର ଖେରି ଘଟଣା ଓ କୋଭିଡର ଦ୍ୱିତୀୟ ଲହର ହିଁ ଭାଜପାର ଭୋଟ ସଂଖ୍ୟା ତଳକୁ ଖସିବାର କାରଣ ବୋଲି ଅନେକ ମତ ଦେଉଛନ୍ତି । ଗତ ଡିସେମ୍ବର ମାସରେ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ।

Get real time updates directly on you device, subscribe now.