fbpx
BSKY
BJD MC SKY
BJD MS SKY

କ୍ରୁଜର କ୍ରୁ ସଦସ୍ୟଙ୍କୁ କରୋନା, ସମୁଦ୍ର ମଝିରେ ଫସିଲେ ୨ହଜାର ଲୋକ

ନୂଆଦିଲ୍ଲୀ: ମୁମ୍ବାଇରୁ ଗୋଆ ଯାଉଥିବା କାର୍ଡିଲିୟା କ୍ରୁଜ ଜାହାଜର ଜଣେ କ୍ରୁ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ଜାହାଜରେ ହିଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଲା । ମିଳିଥିବା ସୂଚନା ଅନୁସାରେ, କ୍ରୁଜ୍ ରେ ୨ ହଜାରରୁ ଅଧିକ ଯାତ୍ରୀ ଓ ଚାଳକ ମାନଙ୍କ ପରୀକ୍ଷା କରାଯାଉଥିଲା । ଯାଞ୍ଚ ରିପୋର୍ଟ ଆସିବାର ଥିଲା । ତେବେ ଅଧିକାରୀ ମାନେ ଆରଟିପିସିଆର୍ ରିପୋର୍ଟର ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ସମସ୍ତଙ୍କ ଜାହାଜରୁ ବାହାରକୁ ଯିବାକୁ ମନା କରିଥିଲେ । ଜାହାଜଟିଚ ବର୍ତ୍ତମାନ ମୋରଗୁଆଓ ପୋର୍ଟ କ୍ରୁଜ୍ ଟର୍ମିନାଲ୍ ନିକଟରେ ରହିଛି । ମୁମ୍ବାଇ ପୋର୍ଟ ଟ୍ରଷ୍ଟ ପକ୍ଷରୁ କ୍ରୁଜ୍ କୁ ଗୋଆରେ ରଖିବାକୁ ଅନୁମତି ନ ଦେବାରୁ ମୋରଗୁଆଓ ପୋର୍ଟ ନିକଟରେ ରଖାଯାଇଛି ।

ତେବେ ଯାଞ୍ଚ ରିପୋର୍ଟ ସାମନାକୁ ଆସିବା ପରେ ଜଣାପଡ଼ିଥିଲା ଯେ, ଜଣେ କ୍ରୁ ସଦସ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା କେବଳ ଜଣେ ହିଁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କର ରିପୋର୍ଟ ଆସିବା ବାକି ଅଛି । ସେହିପରି ମହାରାଷ୍ଟ୍ରରେ ସଂକ୍ରମଣର ୧୩ ହଜାରରୁ ଅଧିକ ମାମଲା ସାମନାକୁ ଆସିଛି । କେବଳ ଓମିକ୍ରନ ମାମଲା ସର୍ବାଧିକ ୫୧୦ ରହିଛି ।

Get real time updates directly on you device, subscribe now.