fbpx

ଆସନ୍ତାକାଲି କଳା ଦିବସ ପାଳନ କରିବ ବିଜେପି

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ୨୫ ଜୁନରେ ବିଜେପି କଳା ଦିବସ ପାଳନ କରିବ । ଜିଲ୍ଲାରୁ ରାଜ୍ୟସ୍ତର ଯାଏଁ କଳା ଦିବସ ପାଳନ କରିବ ବିଜେପି । ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟାକ୍ତିଙ୍କୁ ସମ୍ମାନୀତ କରାଯିବ । ଏନେଇ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ସୂଚନା ରହିଛି । ଏହି ଦିନ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧୀ।

ଜୁନ ୨୫ ତାରିଖ ଦିନ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏଥିପାଇଁ ଗଣତନ୍ତ୍ର ଏବଂ ଭାରତରେ ସମ୍ବିଧାନ କଂଗ୍ରେସ ଶାସନ ସମୟରେ ଅଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଥିଲା ବୋଲି ବିଜେପି ଅଭିଯୋଗ କରିଛି । ବିଜେପିର ଅଭିଯୋଗ ଅନୁଯାୟୀ, ଏହି ଦିନ କଂଗ୍ରେସ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ରର ହତ୍ୟା କରିଥିଲା । ଏଥିସହ ସେମାନେ ବିରୋଧୀ ଦଳଙ୍କୁ ଜେଲରେ ଭର୍ତ୍ତି କରିଥିଲେ ଏବଂ ୧୯ ମାସ ଧରି ତାନାଶାହି ଶାସନ ଚଳାଇଥିଲେ । ଇନ୍ଦିରା ଗାନ୍ଧୀ କ୍ଷମତା ଖସିବା ଭୟରେ ଏହି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ନିଜର ସ୍ୱାର୍ଥ ଏବଂ ପଦବୀର ସୁରକ୍ଷା ପାଇଁ ସେ ଏପରି କରିଥିଲେ । ଏହି କାରଣରୁ ଜୁନ ୨୫କୁ କଳା ଦିବସ ରୂପେ ପାଳନ କରିବ ବିଜେପି ।

Get real time updates directly on you device, subscribe now.